୩ୟ ଥର ସନ୍ତାନ ଜନ୍ମ ଦେବ ସ୍ନେହା

ବାରଙ୍ଗ, ୯ା୧(ଡି.ଏନ୍‌.ଏ.): ବାରଙ୍ଗସ୍ଥିତ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ବାଘୁଣୀ ସ୍ନେହା ତୃତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛି। ଯେପରି କୌଣସି ଅସୁବିଧା ନ ହୁଏ ସେ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ରହିଛନ୍ତି। ସ୍ନେହାର୨୧ବି ଏନକ୍ଲୋଜରରେ ୪ଟି ସିସି କ୍ୟାମେରା ଖଞ୍ଜାଯାଇଛି। ଏହି ଏନକ୍ଲୋଜରକୁ ଯାତାୟାତକୁ ବାରଣ କରାଯାଇଥିବାବେଳେ ପଛପଟକୁ ରହିଛି ସ୍ନେହା। ସିସି କ୍ୟାମେରା ଦ୍ୱାରା ସ୍ନେହାର ଗତିବିଧିକୁ ନନ୍ଦନକାନନ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ସୂଚନା ଥାଉ କି, ତୃତୀୟଥରପାଇଁ ସ୍ନେହା ପିଲା ଜନ୍ମ କରିବାକୁ ଯାଉଥିବାବେଳେ ସେଫ ଦ୍ୱିତୀୟ ଥର ପାଇଁ ସ୍ନେହା ସହ ମିଳନର ସୁଯୋଗ ପାଇଛି। ୨୦୧୬ ଡିସେମ୍ବର ୭ରେ ଜଙ୍ଗଲୀ ମହାବଳବାଘ ସେଫ୍‌କୁ ହାଇଦ୍ରାବାଦରୁ ନନ୍ଦନକାନନକୁ ଅଣାଯାଇଥିଲା। ସେଫ ସହ ଅଙ୍କିତାର ମିଳନରୁ ୧୨ଜାନୁୟାରୀ ୨୦୧୮ରେ ଦୁଇଟି ଛୁଆ ଜନ୍ମଦେଇଥିଲା ଅଙ୍କିତା। ସେଥିମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଥିଲା। ଏବେ ନନ୍ଦନକାନନରେ ବାଘ ସଂଖ୍ୟା ୨୫ ରହିଛି।

Share