୩୦ମାର୍ଚ୍ଚ ସୁଦ୍ଧା ୧୨୦୦ ଆବାସ ଶେଷ କରିବାକୁ ନିର୍ଦ୍ଦେଶ

ରସୁଲପୁର,୧୯।୧(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣୀ ନାୟକ ବିଭିନ୍ନ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି। ଅପରାହ୍ନ ୧ଟା୨୦ ମିନିଟ୍‌ରେ ବ୍ଲକରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ା ଏଥିରେ ୨୦୧୮-୧୯ ଆର୍ଥତ୍କ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁପକ୍କା ଘର ଚଳିତବର୍ଷ ୩୦ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ପରାମର୍ଶ ଦିଆଯାଇଛି ା ବ୍ଲକକୁ ମିଳିଥିବା ନୂଆ ପ୍ରଧାନମନ୍ତ୍ରୀ ଆବାସ ୭୦୦ ଓ ବକେୟା ଥିବା ୫୦୦ଘରକୁ ଶେଷ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଏଥିସହ ପଞ୍ଚାୟତରେ ୪ର୍ଥ ରାଜ୍ୟ ଅର୍ଥ କମିଶନ ଓ ୧୪ତମ କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନକୁ ତୁରନ୍ତ ଖର୍ଚ୍ଚ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟ ସହ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ସଂଯୋଗ କରି ନୂଆ ନିୟମାବଳୀକୁ ଆଧାରକରି ଉନ୍ନୟନ କାର୍ଯ୍ୟ ପରିଚାଳନା କରିବାକୁ କୁହାଯାଇଛି ା ଏହାଛଡା ବିଭିନ୍ନ ପଞ୍ଚାୟତରେ ଥିବା ଅସପୂର୍ଣ୍ଣ କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବା, ସମସ୍ତ ଉନ୍ନୟନ ପାଣ୍ଠିର ସୁବିନିଯୋଗ କରିବା, ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ବିତ କରିବା ନେଇ ସମୀକ୍ଷାରେ ସ୍ଥାନ ଦିଆଯାଇଛି ା ଉକ୍ତ ସମୀକ୍ଷା ବୈଠକରେ ରସୁଲପୁର ବିଡିଓ ଉମାକାନ୍ତ ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ନମିତା ହାଁସଦା, ସମସ୍ତ କନିଷ୍ଠ ଯନ୍ତ୍ରୀ, ଗ୍ରାମପଞ୍ଚାୟତ ବୈଷୟିକ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ, ଗ୍ରାମ୍ୟ ରୋଜଗାର ସେବିକାସେବକ ପ୍ରମୁଖ ଯୋଗଦେଇଥିଲେ ।