Categories: ଜାତୀୟ

୩୦ରୁ ଅଧିକ ବର୍ଷ ଧରି ମୁସଲମାନ ପରିବାର ରାମଲୀଳାରେ ବିଭିନ୍ନ ଚରିତ୍ରରେ କରୁଛନ୍ତି ଅଭିନୟ

ଚଣ୍ଡିଗଡ଼,୭।୧୦: ଭାରତରେ ବିଭିନ୍ନତା ମଧ୍ୟରେ ରହିଛି ଏକତା। ଏହାର ଉଦାହରଣ ପାଲଟିଛି ହରିୟାଣା ଆଦମ୍‌ପୁରରେ ଥିବା ଗଣେଶ ରାମଲୀଳା। ଏହି ରାମଲୀଳା ଦଳରେ ଏକ ମୁସଲମାନ ପରିବାରର ୬ ଜଣ ସଦସ୍ୟ ରାମାୟଣର ବିଭିନ୍ନ ଚରିତ୍ରରେ ଦୀର୍ଘ ୩୦ରୁ ଅଧିକ ବର୍ଷ ଧରି ଅଭିନୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ବର୍ଷ ବୟସ୍କ ଶାହାବୁଦ୍ଦିନ୍‌ କୁରେଶି ରାମ ଭୂମିକାରେ ଅଭିନୟ କରୁଥିବାବେଳେ ୪୩ ବର୍ଷ ବୟସ୍କ ଅନିଫ୍‌ ଅହମ୍ମଦ ଜନକ, ୩୬ ବର୍ଷ ବୟସ୍କ ଲତିଫ୍‌ ଅହମ୍ମଦ ଭରତ, ୪୫ ବର୍ଷ ବୟସ୍କ ଶରିଫ୍‌ ମହମ୍ମଦ ନାରଦ, ୩୮ ବର୍ଷ ବୟସ୍କ ସାଜିଦ୍‌ କ୍ୟୁରେଶି ମନ୍ଥରା ଚରିତ୍ରରେ ଅଭିନୟ କରିଥାନ୍ତି। ଶାହବୁଦ୍ଦିନ୍‌ଙ୍କ ୧୬ ବର୍ଷ ବୟସ୍କ ପୁଅ ପ୍ରବେଝ କୁରେଶି ରାମଙ୍କ ପିଲା ଦିନ ଚରିତ୍ରରେ ଅଭିନୟ କରିଥାନ୍ତି। ଏହି ରାମଲୀଳା ଦଳର ଅଭିନୟ ଅତି ଉଚ୍ଚକୋଟୀର ବୋଲି ସ୍ଥାନୀୟ ଲୋକେ କହିଥାନ୍ତି।

Share