Categories: ଜାତୀୟ

୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ମୁମ୍ବାଇ,୨୭-୧୨: ଆଗାମୀ ଡିସେମ୍ବର ୩୦ରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯିବ। ସେହିଦିନ ମୋଟ ୩୬ ମନ୍ତ୍ରୀ ଶପଥଗ୍ରହଣ କରିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ଏବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମନ୍ତ୍ରିମଣ୍ଡଳରେ ୬ ଜଣ ମନ୍ତ୍ରୀ ଅଛନ୍ତି। ପ୍ରଦେଶ କଂଗ୍ରେସ ମୁଖ୍ୟ ବାଲାସାହେବ୍‌ ଥୋରଟ୍‌ କହିଛନ୍ତି, ମନ୍ତ୍ରୀପଦ ନେଇ ଦଳ ପକ୍ଷରୁ ନିଷ୍ପତ୍ତି ସରିଛି। ପ୍ରକାଶଥାଉ କି, ଗତ ୨୮ରେ ଉଦ୍ଧବ ଠାକ୍‌ରେଙ୍କ ସହ କଂଗ୍ରେସରୁ ଥୋରଟ୍‌ ଓ ନୀତୀନ ରାଉତ୍‌, ଶିବସେନାରୁ ଏକ୍‌ନାଥ ସିନ୍ଦେ ଓ ସୁଭାଷ ଦେଶାଇ ଏବଂ ଏନ୍‌ସିପିରୁ ଜୟନ୍ତ ପାଟିଲ ଓ ଛଗନ୍‌ ଭୁଜବଳ ଶପଥଗ୍ରହଣ କରିଥିଲେ। କ୍ଷମତାବଣ୍ଟନ ଅନୁଯାୟୀ ଶିବସେନାକୁ ୧୬, ଏନ୍‌ସିପିକୁ ୧୪ ଓ କଂଗ୍ରେସକୁ ୧୨ ମନ୍ତ୍ରୀପଦ ମିଳିବ।

Share