Categories: ବାଣିଜ୍ୟ

୩୦ରେ ଲଞ୍ଚ ହେବ ଆଇଆର୍‌ସିଟିସି ଆଇପିଓ

ନୂଆଦିଲ୍ଲୀ,୨୬।୯:  ନିବେଶ ଜରିଆରେ ଆୟ କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଭାରତୀୟ ରେଲଓ୍ବେର ସହଯୋଗୀ ଆଇଆର୍‌ସିଟିସି ଆଣିବାକୁ ଯାଉଛି ଏକ ସ୍ବତନ୍ତ୍ର ସୁଯୋଗ। ରେଲଓ୍ବେ ଲାଗି ଟିକେଟ ବୁକିଂ ଏବଂ କ୍ୟାଟରିଂ ପରିଚାଳନା କରୁଥିବା ଆଇଆର୍‌ସିଟିସି ପକ୍ଷରୁ ଇନିସିଆଲ ପବ୍ଲିକ୍‌ ଅଫରିଂ ଆସୁଛି। ଏହା ଆସନ୍ତା ୩୦ରେ ଦେଶରେ ଲଞ୍ଚ କରାଯିବ। ଏହା ଜରିଆରେ ୬୪୫ କୋଟି ଟଙ୍କା ଯୋଗାଡ କରାଯିବାର ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଆଇଆର୍‌ସିଟିସି ଆଇପିଓର ପ୍ରାଇସ୍‌ ବ୍ୟାଣ୍ଡ୍‌ ୩୧୫-୩୨୦ ଟଙ୍କା ଧାର୍ଯ୍ୟ ହୋଇଛି। ଅକ୍ଟୋବର ୩ରେ ଇସ୍ୟୁ ବନ୍ଦ ହୋଇଯିବ। ଏହି ଇସ୍ୟୁ ଜରିଆରେ ଆଇଆର୍‌ସିଟିସିର ୨,୦୧,୬୦,୦୦୦ ଶେୟାର ବିକ୍ରି କରାଯିବ ଏବଂ ଏହା ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକ୍ରମର ଏକ ଅଂଶବିଶେଷ ରହିଛି।

Share