ସୋନଭଦ୍ର,୨୩ା୨(ପି.ଟି.): ଉତ୍ତରପ୍ରଦେଶର ସୋନଭଦ୍ର ଜିଲାରେ ପାଖାପାଖି ୩୦୦୦ ଟନ୍ ସୁନା ଗଚ୍ଛିତ ଥିବା ଖବର ପ୍ରକାଶ ପାଇଥିଲା। ଜିଲା ଖଣି ଅଧିକାରୀଙ୍କ ଏଭଳି ଦାବିକୁ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (ଜିଏସ୍ଆଇ) ଶନିବାର ଅସ୍ବୀକାର କରିଛି। ୧୯୯୮ରୁ ୨୦୦୦ ମଧ୍ୟରେ ଉକ୍ତ ଅଞ୍ଚଳରେ ସର୍ଭେ କରାଯାଇଥିଲା। ସେଠାରୁ ୧୬୦ କିଲୋ ସୁନା ବାହାରିପାରିବ ବୋଲି ଜିଏସ୍ଆଇ କହିଛି।