Posted inଫୁରସତ

୩୦୦୦ ଫୁଟ ଉଚ୍ଚ ପର୍ବତ ଚଢ଼ି ରେକର୍ଡ ସୃଷ୍ଟି କଲେ ୧୦ ବର୍ଷର ନାବାଳିକା

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆ ୟୋସେମିତେ ପାର୍କସ୍ଥିତ ଇଏଲ୍‌ କ୍ୟାପିଟନ୍‌ ପର୍ବତ ପ୍ରାୟ ୩୦୦୦ ଫୁଟ ଉଚ୍ଚ। ଏହି ପର୍ବତର ସର୍ବୋଚ୍ଚରେ ପହଞ୍ଚିବା ଅଧିକ ବିପଦଜନକ ବୋଲି କୁହାଯାଏ। କିନ୍ତୁ କଲରାଡୋ ସହରରେ ରହୁଥିବା ୧୦ ବର୍ଷର ନାବାଳିକା ସେଲାହ ସ୍କେନେତର୍‌ ଏହି ପର୍ବତ ଶିଖରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛନ୍ତି।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହି ପର୍ବତ ଚଢ଼ିବା ପାଇଁ ପ୍ରୟାସ କରି ୩୧ ଜଣଙ୍କ ଜୀବନ ଯାଇସାରିଲାଣି। କିନ୍ତୁ ସେଲାହ ବିନା ବାଧାରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି। ସେ କୁହନ୍ତି, ପର୍ବତ ଚଢ଼ିବା ସମୟରେ ଅନେକ ଅନୁଭୂତି ସାଉଁଟିଛନ୍ତି। ସଫଳତା ପାଇବା ପରେ ସେ କହିଛନ୍ତି, ମୁଁ କେବେ ଭାବି ନ ଥିଲି ଏମିତି ଅସାଧ୍ୟ କାମକୁ ସାଧନ କରିପାରିବି ବୋଲି। ମୁଁ ଏମିତି କରିବାକୁ ସ୍ବପ୍ନ ଦେଖୁଥିଲି। ପର୍ବତ ଚଢ଼ିବା ସମୟରେ ସେଲାହଙ୍କ ପିତା ତାଙ୍କ ସହିତ ଥିଲେ। ତାଙ୍କ ପିତା ମଧ୍ୟ ଜଣେ ପର୍ବତାରୋହୀ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁପ୍ରେମୀ ଚାଚା ନେହେରୁ

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହେରୁ ଜଣେ ସଚ୍ଚା ଶିଶୁପ୍ରେମୀ ଥିଲେ। ତେଣୁ ତାଙ୍କର ଜନ୍ମ ଦିନ ୧୪ ନଭେମ୍ବର(୧୮୮୮ ମସିହା)କୁ...

ଯୌନ ମନ୍ତ୍ରଣାଳୟରୁ ଶୌଚ ମନ୍ତ୍ରଣାଳୟ, ଏହିସବୁ ଦେଶରେ ଅଛି ଅଜବ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୩।୧୧: ବିଭିନ୍ନ ବିଷୟ ଉପରେ ଯୋଜନା ପ୍ରସ୍ତୁତ କରିବା ଏବଂ ସେଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯେକୌଣସି ଦେଶର ସରକାରରେ ମନ୍ତ୍ରଣାଳୟ ରହିଛି। ଉଦାହରଣ...

ଚାକିରି ସ୍ବିଚ୍‌ କଲେ ସାଲାରୀ ଆକାଉଣ୍ଟ କ’ଣ ହୁଏ? ଜାଣି ନିଅନ୍ତୁ…

ସମସ୍ତେ ଭଲ ସୁଯୋଗ ପାଇଲେ ବା ଅଧିକ ଦରମା ପାଇଲେ ଚାକିରି ପରିବର୍ତ୍ତନ କରିଥା’ନ୍ତି । ତେବେ ଏଭଳି କ୍ଷେତ୍ରରେ ସାଲାରୀ ଆକାଉଣ୍ଟ କ’ଣ ହୁଏ...

ଡାଇବେଟିସରୁ ବଞ୍ଚିବାକୁ ଚାହୁଁଥିଲେ, କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ,୧୩।୧୧: ଡାଇବେଟିସ ସମଗ୍ର ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସବୁ ବୟସର ଲୋକମାନେ ଏହି କ୍ରନିକ ରୋଗର ଶିକାର ହେଉଛନ୍ତି। ବ୍ଲଡ ସୁଗାର ଅଧିକ...

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌...

ସହୃଦୟତା ଶିଖାଏ ବିଶ୍ୱ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ...

୨.୩୬ ଲକ୍ଷରେ ନିଲାମ ହେଲା କ୍ୱିନ୍‌ ଏଲିଜାବେଥ୍‌-୨ଙ୍କ ବିବାହ କେକ୍‌ ଖଣ୍ଡ

ଲଣ୍ଡନ: ଦୀର୍ଘ ୭୭ ବର୍ଷ ପରେ ବ୍ରିଟେନ୍‌ର ପୂର୍ବତନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ବିବାହ କେକ୍‌ର ଏକ ଖଣ୍ଡକୁ ନିଲାମ କରାଯାଇଛି। ୧୯୪୭...

୨୦୪୦ ସୁଦ୍ଧା ଲୁନାର ସ୍ପେସ୍‌ ଷ୍ଟେଶନ୍‌ ନିର୍ମାଣ କରିବ ଇସ୍ରୋ

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଦିଗରେ ୨୦୪୦ ସୁଦ୍ଧା ଲୁନାର ସ୍ପେସ୍‌ ଷ୍ଟେଶନ୍‌ ନିର୍ମାଣ କରିବାକୁ ଭାରତୀୟ ମହାକାଶ ଗବେଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri