କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆ ୟୋସେମିତେ ପାର୍କସ୍ଥିତ ଇଏଲ୍ କ୍ୟାପିଟନ୍ ପର୍ବତ ପ୍ରାୟ ୩୦୦୦ ଫୁଟ ଉଚ୍ଚ। ଏହି ପର୍ବତର ସର୍ବୋଚ୍ଚରେ ପହଞ୍ଚିବା ଅଧିକ ବିପଦଜନକ ବୋଲି କୁହାଯାଏ। କିନ୍ତୁ କଲରାଡୋ ସହରରେ ରହୁଥିବା ୧୦ ବର୍ଷର ନାବାଳିକା ସେଲାହ ସ୍କେନେତର୍ ଏହି ପର୍ବତ ଶିଖରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛନ୍ତି।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହି ପର୍ବତ ଚଢ଼ିବା ପାଇଁ ପ୍ରୟାସ କରି ୩୧ ଜଣଙ୍କ ଜୀବନ ଯାଇସାରିଲାଣି। କିନ୍ତୁ ସେଲାହ ବିନା ବାଧାରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛନ୍ତି। ସେ କୁହନ୍ତି, ପର୍ବତ ଚଢ଼ିବା ସମୟରେ ଅନେକ ଅନୁଭୂତି ସାଉଁଟିଛନ୍ତି। ସଫଳତା ପାଇବା ପରେ ସେ କହିଛନ୍ତି, ମୁଁ କେବେ ଭାବି ନ ଥିଲି ଏମିତି ଅସାଧ୍ୟ କାମକୁ ସାଧନ କରିପାରିବି ବୋଲି। ମୁଁ ଏମିତି କରିବାକୁ ସ୍ବପ୍ନ ଦେଖୁଥିଲି। ପର୍ବତ ଚଢ଼ିବା ସମୟରେ ସେଲାହଙ୍କ ପିତା ତାଙ୍କ ସହିତ ଥିଲେ। ତାଙ୍କ ପିତା ମଧ୍ୟ ଜଣେ ପର୍ବତାରୋହୀ।