Categories: ଫୁରସତ

୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛର ମିଳିଲା ସନ୍ଧାନ

ଶିଂଲ, ୧୫।୨: ଭୂପୃଷ୍ଠର ୩୦୦ଫୁଟ ତଳେ ବାସ କରୁଥିବା ବଡ଼ମାଛର ସନ୍ଧାନ ମିଳିଛି। ମେଘାଳୟର ପାହାଡ଼ିଆ ଅଞ୍ଚଳରେ ଥିବା ଏହି ପ୍ରଜାତିର ମାଛର ଓଜନ ପ୍ରାୟ ଏକ କିଲୋଗ୍ରାମ୍‌ ରହିଛି। ଏଠାରେ ୨୫୦ରୁ ଅଧିକ ପ୍ରଜାତିର ମାଛ ମାଟି ତଳେ ବାସ କରିଥାନ୍ତି। ଏବେ ମିଳିଥିବା ଏହି ନୂଆ ମାଛ ଏସବୁ ପ୍ରଜାତିଠାରୁ ଆକାରରେ ୧୦ଗୁଣା ଅଧିକ ବଡ଼ ବୋଲି ଗବେଷକ କହିଛନ୍ତି। ନ୍ୟାଶନାଲ ଜିଓଗ୍ରାଫିକ୍‌ ସଂସ୍ଥା ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ମେଘାଳୟର ପୂର୍ବଅଞ୍ଚଳରେ ଥିବା ଓମ୍‌ ଲଡୋ ଗୁମ୍ପାରୁ ଏହି ମାଛ ମିଳିଛି। ଫଟୋଗ୍ରାଫର ରୋବି ଶୀନ୍‌ ଏଠାରେ ୨୦ ବର୍ଷ ଧରି ଫଟୋଗ୍ରାଫି କରୁଛନ୍ତି। ସମୁଦ୍ର ପତ୍ତନଠାରୁ ଏତେ ତଳେ ଏଭଳି ମାଛ ବାସ କରୁଥିବା ସେ ପୂର୍ବରୁ କେବେ ଦେଖି ନ ଥିବା କହିଛନ୍ତି।

Share