Categories: ଜାତୀୟ

୩୦୩ ସମ୍ମୁଖରେ ୫୨ ରହିବ ଅଧିକ ଓଜନଦାର୍‌: ରାହୁଲ

ନୂଆଦିଲ୍ଲୀ, ୧।୬: ସଂସଦରେ ଭାଜପାର ୩୦୩ ସଦସ୍ୟ ରହିଛନ୍ତି। ଅପରପକ୍ଷରେ କଂଗ୍ରେସ ସଦସ୍ୟ ସଂଖ୍ୟା ୫୨ ରହିଛି। ୩୦୩ ସମ୍ମୁଖରେ ୫୨ ଅଧିକ ଓଜନଦାର୍‌ ରହିବ ବୋଲି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ପ୍ରକାଶ କରିଛନ୍ତି। ସଂସଦର କେନ୍ଦ୍ରୀୟ ହଲ୍‌ରେ କଂଗ୍ରେସ ସସଦୀୟ ଦଳ ନେତା ଚୟନ ସମୟରେ ରାହୁଲ ଏଭଳି କହି ସଦସ୍ୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି। ବିପକ୍ଷ ଦଳ ସଦସ୍ୟଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ସେମାନେ ଆକ୍ରାମକ ରହିଲେ ସରକାର ଭୁଲ୍‌ ପଦକ୍ଷେପ ନେଇପାରିବେ ନାହିଁ ବୋଲି ରାହୁଲ କରିଛନ୍ତି। ଲଢ଼େଇ ପୂର୍ବଭଳି ଜାରି ରଖିବାକୁ ରାହୁଲ ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି।

Share