୩୦ ଏପ୍ରିଲ୍‌ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷା: ୭୦ ପ୍ରତିଶତଙ୍କ ତଥ୍ୟ ହୋଇନି ସଂରକ୍ଷିତ

ନୂଆଦିଲ୍ଲୀ, ୬।୬: କରୋନା ସଂକ୍ରମଣ ଲଢ଼େଇ ଭାରତରେ ଜୋର୍‌ଦାର ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍‌ଆର୍‌ ଏବଂ ପବ୍ଲିକ୍‌ ହେଲଥ୍‌ ଫାଉଣ୍ଡେଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଦର୍ଶାଯାଇଛି ଯେ, ଗତ ୩ ମାସ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷା ତଥ୍ୟ ଜାନୁୟାରୀ ୨୨ରୁ ଏପ୍ରିଲ୍‌ ୩୦ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷାର ୭୦.୬ ପ୍ରତିଶତ ତଥ୍ୟ ସଂରକ୍ଷିତ ହୋଇନି। ଏପ୍ରିଲ୍‌ ୩୦ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ୧୮୪ ଥିଲା। ଏହି ସମୟ ମଧ୍ୟରେ ୧୦ ଲକ୍ଷ ୨୧ ହଜାର ୫୧୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରେ ୬୭ ପ୍ରତିଶତ ପୁରୁଷ ଏବଂ ୩୩ ପ୍ରତିଶତ ମହିଳା ଥିଲେ। ୪୪.୨ ପ୍ରତିଶତଙ୍କଠାରେ ସଂକ୍ରମଣର କାରଣ ଜଣାପଡ଼ି ନ ଥିବାବେଳେ ୨୮ ପ୍ରତିଶତଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

Share