୩୦ ଫୁଟ ତଳକୁ ଖସିଲା ଯାତ୍ରୀବାହୀ ବସ : ୭ ଗୁରୁତର

ଗଜପତି,୧୮।୧୦(ଡି.ଏନ୍‌.ଏ.): ଗଜପତି ଜିଲା ଖଜୁରୀପଦା ଫାଣ୍ଡି ଅନ୍ତର୍ଗତ ନୀଳମୁଣ୍ଡା ବ୍ରିଜ ନିକଟରେ ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ଗାଡ଼ି ନଂ. ଓଡି ୦୫ ଏଲ୍‌ ୬୨୮୮ ଯାତ୍ରୀବାହୀ ବସ ଶୁକ୍ରବାର ଭୋର୍‌ ସମୟରେ ଭାରସାମ୍ୟ ହରାଇ ୩୦ଫୁଟ ତଳକୁ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି l ଏହି ବସରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଅନେକ ଆହତ ହୋଇଥିବା ଜଣାପଡ଼ିଛି l ଗୁରୁତରମାନେ ହେଲେ ଡ୍ରାଇଭରଙ୍କ ସମେତ ଟିନା ଦିଗାଲ (୧୫), ଧନୁମୋତି ଶବର (୬୫),ବୀର ଲିମା (୪୫), ସୁଶୀଳା ଶବର (୫୦), ଦମୟନ୍ତୀ ଶବର (୫୫), ଲିଲି ଶବର (୩୬)। ସେମାନଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅଜିତ କୁମାର ସାହୁ (୩୪),ଜଗନ୍ନାଥ ରେଡ୍ଡୀ (୩୦)ଙ୍କ ସମେତ ଅନେକ ଆହତ ହୋଇଥିବା ବେଳେ ସେମାନଙ୍କ ଠିକଣା ଜଣାପଡୁନାହିଁ। ଆହତମାନଙ୍କୁ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଥିବା ଡା. ଏସ୍‌.କେ ଦଳାଇ କହିଛନ୍ତି l ଘଟଣାସ୍ଥଳରେ ଖଜୁରୀପଦା ଫାଣ୍ଡି ଅଧିକାରୀ ଏସ୍‌ଆଇ ରବିନ୍ଦ୍ର କୁମାର ପାତ୍ର ପହଞ୍ଚି ତଦନ୍ତ ଚଳାଇଛି। ରାୟଗଡ଼ା ବ୍ଲକର ଅଧିକାରୀମାନେ ବି ପହଞ୍ଚି ଘଟଣା ସମ୍ପର୍କରେ ବୁଝାସୁଝା କରିଥିଲେ। ଦୁର୍ଘଟଣାସ୍ଥଳରୁ ବସ୍‌ କର୍ମଚାରୀ ଫେରାର ଥିବା ଜଣାପଡ଼ିଛି।