Categories: ରାଜ୍ୟ

୩୦ ଫୁଟ ଲମ୍ବ ଲୁଣାଘେରି ବନ୍ଧରେ ଘାଇ: ଶତାଧିକ ଚାଷଜମିରେ ଧାନ ନଷ୍ଟ

ମହାକାଳପଡ଼ା,୧୯।୭(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଉଚ୍ଚ ଜୁଆର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଖରିନାସୀର ୮ଶହ ଏକର ଅଞ୍ଚଳରେ ଲୁଣାଘେରି ବନ୍ଧରେ ତିରିଶ ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଶତାଧିକ ଏକର ଚାଷଜମିରେ ସମୁଦ୍ର ଜୁଆର ଲୁଣିପାଣି ପ୍ରବେଶକରି ବହୁ ଧାନତଳି ନଷ୍ଟ ହୋଇଛି। ବର୍ଷେ ପୂର୍ବରୁ ଏହି ଲୁଣାଘେରି ବନ୍ଧରେ ନଦୀ ତଟବନ୍ଧ ନିର୍ମାଣ ହୋଇଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁ ବନ୍ଧ ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ମହେଶ୍ୱର ମଣ୍ଡଳ, ପ୍ରବୀର ଦାସ, ରତନ ମଣ୍ଡଳ, ପ୍ରବୀର ବିଶ୍ୱାସ, ସନ୍ତୋଷ ବୀର, ବାବୁ ମଣ୍ଡଳଙ୍କ ସମେତ ବହୁ ଚାଷୀ ଏହି ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ନଦୀତଟ ବନ୍ଧ ବିଭାଗ କନିଷ୍ଠଯନ୍ତ୍ରୀ ପ୍ରାଣନାଥ ମୁଣ୍ଡୁଙ୍କ ମତାମତ ନେବାରେ ୨/୩ ଦିନ ମଧ୍ୟରେ ଏହା ନିର୍ମାଣ ହେବ ବୋଲି ସେ କହିଛନ୍ତି।

Share