୩୦ ବର୍ଷରେ ଟାଇଗର ଶ୍ରଫ୍‌: ଦିଶା ପାଟନୀଙ୍କ ଭିଡ଼ିଓକୁ ଲାଇକ୍‌ କଲେ ୫ ଲକ୍ଷରୁ ଅଧିକ ୟୁଜର

ମୁମ୍ବାଇ: ବଲଉଡ୍‌ରେ ୬ ପ୍ୟାକ୍‌କୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ଟାଇଗର ଶ୍ରଫ୍‌ ସୋମବାର ୩୦ ବର୍ଷରେ ପାଦ ଦେଇଛନ୍ତି। ୧୯୯୦ ମାର୍ଚ୍ଚ ୨ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟ ହେମନ୍ତ ଶ୍ରଫ୍‌। ଜନ୍ମଦିନରେ ସାଙ୍ଗସାଥି ଟାଇଗରଙ୍କୁ ଅଭିନନ୍ଦନ ଜଣାଉଥିବାବେଳେ ଗର୍ଲଫ୍ରେଣ୍ଡ୍‌ ଦିଶା ପାଟନୀ ଭିନ୍ନ ଏକ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମ୍‌ରେ ଟାଇଗରଙ୍କ ସହିତ ଡ୍ୟାନ୍ସ୍‌ କରୁଥିବାର ଭିଡ଼ିଓ ଶେୟାର କରିଛନ୍ତି। ଫିଲ୍ମ ବୈଙ୍ଗ ବୈଙ୍ଗ୍‌ ଗୀତର ତାଳେ ତାଳେ ସେମାନେ ଡ୍ୟାନ୍ସ୍‌ କରୁଥିବା ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ଇତିମଧ୍ୟରେ ୫ଲକ୍ଷ ୮୪ ହଜାର ୭୬୦ ଜଣ ୟୁଜର ଲାଇକ୍‌ କରିସାରିଛନ୍ତି।

Share