୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ

କାଲିମେଳା,୩।୧୨(ଡି.ଏନ.ଏ): ମାଲକାନଗିରି ଜିଲା କାଲିମେଳା ପୋଲିସ ଏବଂ ପୋଟେରୁ ପୋଲିସର ମିଳିତ ଉଦ୍ୟମ ରେ ଚଉ କରି କାଲିମେଳା ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ ହେଉଥିବା ଗଞ୍ଜେଇ ଫସଲକୁ ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କାଲିମେଳା ଥାନା ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ପଞ୍ଚାୟତ ଦୁର୍ମାଗୁଡା ଗ୍ରାମରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଆଜି କାଲିମେଳା ପୋଲିସ ଏବଂ ପୋଟେରୁ ପୋଲିସ ମିଳିତ ଭାବେ ଚଢାଉ କରିଥିଲେ ଏବଂ ଉକ୍ତ ଗଞ୍ଜେଇକୁ ଜାଳି ନଷ୍ଟ କରିଥିଲେ। ତେବେ ପ୍ରାୟ ୫ ଏକର ସରକାରୀ ଜମିରେ ଚାଷ କରାଯାଇଥିବା ବେଆଇନ ଗଞ୍ଜେଇ ଗଛଗୁଡିକ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ କାଟି ସେଥିରେ ନିଆଁ ଲଗାଇ ନଷ୍ଟ କରାଯାଇଛି। ପାଖାପାଖି ୫ ହଜାରରୁ ଉଦ୍ଧର୍‌ବ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ପୋଲିସ ସୂଚନା ଦେଇଛି। ଏଥିରେ କାଲିମେଳା ଥାନା ଅଧିକାରୀ ଶେଷଦେବ ବେହେରା ଏସଆଇ ଗୋବିନ୍ଦ ଚନ୍ଦ୍ର ପାତ୍ର, ଇପିକେ ଲାକ୍ରାଙ୍କ ସମତେ ଅନ୍ୟ ପୋଲିଶ କର୍ମଚାରୀମାନେ ସହାୟତା କରିଥିଲେ ତେବେ ଏହି ଗଞ୍ଜେଇ ଚାଷ କିଏ କରୁଥିଲା ତାହାର କୌଣସି ସନ୍ଧାନ ମିଳିପାରିନାହିଁ।

Share