୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ମହିଳା ଗିରଫ, ସ୍ବାମୀ ଫେରାର

କଟକ ଅଫିସ/ଆଠଗଡ,୨୫।୭(ସ୍ବ.ପ୍ର.)

କଟକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ଚଢାଉ କରାଯାଇ ୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଇନ୍ସପେକ୍ଟର ଅଶୋକ ଶତପଥୀ କହିଛନ୍ତି। ତେବେ ଚଢାଉ କରି ପୋଲିସ ଅଭିଯୁକ୍ତ ସନ୍ଧ୍ୟାରାଣୀ ମାଝୀ(୩୦)ଙ୍କୁ ଗିରଫ କରିଥିଲେ ମଧ୍ୟ ତାଙ୍କ ସ୍ବାମୀ ଫେରାର ହୋଇଯାଇଛନ୍ତି। ତାଙ୍କ ସ୍ବାମୀଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ସନ୍ଧ୍ୟାରାଣୀ ଏବଂ ତାଙ୍କ ସ୍ବାମୀ ବେଆଇନ ଗଞ୍ଜେଇ କାରବାର କରୁଥିବା ପୋଲିସ ସୂଚନା ପାଇଥିଲା। ବୁଧବାର ମଧ୍ୟାହ୍ନରେ ଇନ୍ସପେକ୍ଟର ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍‌ ତାଙ୍କ ଘରେ ଚଢାଉ କରି ଉକ୍ତ ଗଞ୍ଜେଇ ଜବତ କରିଥିଲା।

Share