Categories: ଜାତୀୟ

୩୦ ହଜାର ଯାତ୍ରୀଙ୍କୁ ଜାତୀୟ ପତାକା ବାଣ୍ଟିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଏୟାର ଇଣ୍ଡିଆ ପକ୍ଷରୁ ଦେଶର ସମସ୍ତ ମେଟ୍ରୋ ସହର ସମେତ ଶ୍ରୀନଗର ବିମାନ ବନ୍ଦରରେ ଯାତ୍ରୀଙ୍କୁ ରବିବାର ଜାତୀୟ ପତାକା ବଣ୍ଟନ କରାଯାଇଛି। ୩୦ ହଜାରରୁ ଅଧିକ ଯାତ୍ରୀଙ୍କୁ ଜାତୀୟ ପତାକା ପ୍ରଦାନ କରାଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ପତାକା ଗୁଡ଼ିକ କାଗଜରେ ତିଆରି ହୋଇଥିବାବେଳେ ଏହାକୁ ମଧ୍ୟପ୍ରଦେଶର ସହାରିୟା ଜନଜାତି କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଛି। ଜାତୀୟ ପତାକାକୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ୍‌ ଏବଂ ଶ୍ରୀନଗର ଆଦି ବିମାନ ବନ୍ଦରରେ ବଣ୍ଟନ କରାଯାଇଥିଲା ବୋଲି ଏୟାର ଇଣ୍ଡିଆ ପ୍ରବକ୍ତା ଧନଞ୍ଜୟ କୁମାର କହିଛନ୍ତି। ଶ୍ରୀନଗରରେ ଯାତ୍ରୀମାନଙ୍କ ମଧ୍ୟରେ ୮ ଶହ ଜାତୀୟ ପତାକା ବଣ୍ଟନ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Share