୩୦ ୟୁନିଟ୍‌ ରକ୍ତ ସଂଗ୍ରହ

ବାଲେଶ୍ୱର ଅଫିସ, ୯।୫- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଲେଶ୍ୱର ଜିଲା ସଭାପତି ତଥା ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବିଜୁ ଛାତ୍ର ଜନତା ଦଳର ଜିଲାସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାରରେ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୩୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିଲା। ପୂର୍ବତନ ଉପନଗରପାଳ ମନୋଜ କୁମାର ରାଉତ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମହାସଚିବ କୁଶଳ ଚାଟାର୍ଜୀ, ଟାଉନ ସଭାପତି ବ୍ରଜକିଶୋର ପ୍ରଧାନ, ସାଧାରଣ ସମ୍ପାଦକ କିରଣ କୁମାର ନାଥ, ଉପସଭାପତି ବିଜୟ ଜେନା, ମନୋରଞ୍ଜନ ମହାରଣା, ଟାଉନ କର୍ମକର୍ତ୍ତାଙ୍କ ମଧ୍ୟରେ ରାହୁଲ ନାୟକ, ଜୀବନ ସଂଗ୍ରାମ ମିଶ୍ର, ନରୋତ୍ତମ ଦାସ, ସମ୍ବିତ ନନ୍ଦୀ, ଜଗତଜୀବନ ମହାନ୍ତି, ଶୁଭମ ନାୟକ, ଚନ୍ଦ୍ରଶେଖର ଚୌଧୁରୀ, ଅମର ସାହୁ, ସବ୍ୟସାଚୀ ପୃଷ୍ଟି, ସଂଗ୍ରାମ ଦାସ ପ୍ରମୁଖ ସହଯୋଗ କରିଥିଲେ। ରକ୍ତଭଣ୍ଡାରର ଡା. ବସନ୍ତ କୁମାର ଉପାଧ୍ୟାୟ ଏବଂ ଅକ୍ଷୟ ଜେନା ଉପସ୍ଥିତ ଥିଲେ। ଶନିବାର ଦଳ ତରଫରୁ ଆଉ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ବିଜୁ ଛାତ୍ର ଜନତା ଦଳର ଜିଲାସଭାପତି ଦାସ ମହାପାତ୍ର ପ୍ରକାଶ କରିଛନ୍ତି।