Categories: ବାଣିଜ୍ୟ

୩୧ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ,୨୦-୧: ୟୁନାଇଟେଡ୍‌ ଫୋରମ ଫର ବ୍ୟାଙ୍କ ୟୁନିୟନ୍ସ(ୟୁଏଫ୍‌ବିୟୁ) ପକ୍ଷରୁ ଆସନ୍ତା ମାସ ୩୧ରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ୟୁଏଫ୍‌ବିୟୁ ମଧ୍ୟରେ ୯ ଶ୍ରମିକ ସଙ୍ଗଠନ ସାମିଲ ଅଛନ୍ତି। ସେହିଭଳି ସଂଘ ମାର୍ଚ୍ଚ ୧୧ରୁ ଏହା ୩ ଦିନିଆ ଧର୍ମଘଟ ଡାକରା ଦେଇଛି। ଯଦି ଦାବି ପୂରଣ ନ ହୁଏ ଏପ୍ରିଲ ପହିଲାଠାରୁ ଅନିଦ୍ଦିଷ୍ଟ କାଳ ଯାଏ ଧର୍ମଘଟ କରାଯିବ ବୋଲି ୟୁଏଫ୍‌ବିୟୁ ପକ୍ଷରୁ କୁହାଯାଇଛି। ୩ଟି ପର୍ଯ୍ୟାୟରେ ସଂଘଗୁଡିକ ଧର୍ମଘଟ କରିବେ। ବର୍ତ୍ତମାନ ସୁଦ୍ଧା ଏହି ପ୍ରସଙ୍ଗରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନ ଅଧ୍ୟକ୍ଷ, ଆର୍ଥତ୍କ ସେବା ସଚିବ ଏବଂ ମୁଖ୍ୟ ଶ୍ରମ କମିଶନରଙ୍କୁ ଚିଠି ଲେଖାଯାଇଥିବା ୟୁଏଫ୍‌ବିୟୁ ଆବାହକ ସଞ୍ଜୀବ କୁମାର ବନ୍ଦଲିସ୍‌ କହିଛନ୍ତି। ବେତନ ସଂଶୋଧନ, ୫ ଦିନିଆ କାର୍ଯ୍ୟ ଦିବସ, ସ୍ବତନ୍ତ୍ର ଭତ୍ତା ଭଳି ୧୨ ଦାବି ସଂଘଗୁଡିକ ରଖିଥିବା ଜଣାପଡିଛି।

Share