୩୧ ନିୟୁତ ପାଉଣ୍ଡ ଧରି ଦୁବାଇ ଯୁବରାଣୀ ଫେରାର

ଲଣ୍ଡନ,୩୦ା୬(ଆଇଏଏନ୍‌ଏସ୍‌): ବିବାହ ବିଚ୍ଛେଦ ପରେ ଦୁବାଇର ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ଙ୍କ ଷଷ୍ଠ ସ୍ତ୍ରୀ ଯୁବରାଣୀ ହାୟା ବିଣ୍ଟ୍‌ ଅଲ୍‌ ହୁସେନ୍‌ ୩୧ ନିୟୁତ ପାଉଣ୍ଡ ଓ ନିଜର ଦୁଇ ପିଲାଙ୍କୁ ଧରି ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଛାଡ଼ି ପଳାଇଯାଇଛନ୍ତି। ସେ ଲଣ୍ଡନରେ ଲୁଚି ରହିଥିବା ବିଶ୍ୱାସ କରାଯାଉଛି। ହାୟା ହେଉଛନ୍ତି ଜୋର୍ଡାନ ରାଜା ଅବଦୁଲ୍ଲାଙ୍କ ସାବତ ଭଉଣୀ। ତାଙ୍କର ଜଲିଲା (୧୧) ଓ ଜାୟେଦ(୭) ନାମରେ ଦୁଇ ସନ୍ତାନ ଅଛନ୍ତି। କିଛି ଦିନ ତଳେ ସେ ଜର୍ମାନ ପଳାଇଯାଇ ରାଜନୈତିକ ଶରଣ ପାଇଁ ଅନୁରୋଧ କରିବା ସହ ସ୍ବାମୀଙ୍କ ଠାରୁ ଛାଡ଼ପତ୍ର ଚାହିଁଥିଲେ ବୋଲି କୁହାଯାଏ। ମେ ୨୦ରୁ ହାୟାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁ ନ ଥିବାବେଳେ ତାଙ୍‌କର ସୋସିଆଲ ମିଡିଆ ଆକାଉଣ୍ଟଗୁଡିକ ଫେବୃୟାରୀରୁ ବନ୍ଦ ରହିଛି।

Share