୩୧ ପର୍ଯ୍ୟନ୍ତ ବନ୍ଦ ରହିବ ପାସ୍‌ପୋର୍ଟ ସେବାକେନ୍ଦ୍ର

ଭୁବନେଶ୍ୱର,୨୪।୩(ବ୍ୟୁରୋ): ସମଗ୍ର ବିଶ୍ୱରେ ମହାମାରୀ କୋଭିଡ୍‌-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ପାସ୍‌ପୋର୍ଟ ସେବା କେନ୍ଦ୍ରକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ମୁଖ୍ୟ ଡାକଘରେ ଥିବା ପୋଷ୍ଟଅଫିସ୍‌ ପାସ୍‌ପୋର୍ଟ ସେବା କେନ୍ଦ୍ରଗୁଡ଼ିକ ମଧ୍ୟ ବନ୍ଦ ରହିବ। ଏଥିସହ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କରାଯାଇଥିବା ପାସ୍‌ପୋର୍ଟ ଆବେଦନ ସମ୍ବନ୍ଧୀୟ ସାକ୍ଷାତକାରଗୁଡ଼ିକୁ ରଦ୍ଦ କରିଦିଆଯାଇଛି। ଯେଉଁ ଆବେଦନକାରୀମାନଙ୍କର ଆବେଦନ ରଦ୍ଦ ହୋଇଛି ସେମାନେ ଏପ୍ରିଲ ୭ ତାରିଖ ପରେ ଅନ୍‌ଲାଇନରେ ପୁନଃ ଆବେଦନ କରିପାରିବେ ବୋଲି ଆଞ୍ଚଳିକ ପାସ୍‌ପୋର୍ଟ ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

Share