୩୧ ବର୍ଷ ପରେ ପୃଥିବୀରେ ବୟସ୍କଙ୍କ ସଂଖ୍ୟା ଛୁଇଁବ ୨୧୦ କୋଟି

ନୂଆଦିଲ୍ଲୀ/ଜେନେଭା,୧୧।୭: ଆସନ୍ତା ୩୧ ବର୍ଷ ପରେ ୨୦୫୦ ବେଳକୁ ପୃଥିବୀରେ ବୟସ୍କଙ୍କ ସଂଖ୍ୟା ଛୋଟ ପିଲାଙ୍କ ତୁଳନାରେ ଦୁଇଗୁଣା ହେବ। ମୋଟ ଜନସଂଖ୍ୟା ୯୭୦ କୋଟିରେ ପହଞ୍ଚିବ। ସେମାନଙ୍କ ମଧ୍ୟରୁ ବୟସ୍କଙ୍କ ସଂଖ୍ୟା ୨୧୦କୋଟି ହେବ ବୋଲି ଜାତିସଂଘ ପ୍ରକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଜନସଂଖ୍ୟା ଡାଟାବେସ୍‌ ଇତିହାସରୁ ଜଣାପଡ଼ିଛି ଇତିମଧ୍ୟରେ ପୃଥିବୀରେ ୧୦ ହଜାର କୋଟି ଜନ୍ମ ନେଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ କେବଳ ୬.୯ ପ୍ରତିଶତ ବଞ୍ଚିଛନ୍ତି। ପୃଥିବୀର ଜନସଂଖ୍ୟା ୧୮୦୦ ମସିହାରେ ଶହେକୋଟିରେ ପହଞ୍ଚିଥିଲା। ୧୯୮୯ରେ ଏହା ୫ଶହ କୋଟି ଛୁଇଁଥିଲା। ଏବେ ୨୦୧୯ରେ ଏହା ୭୭୦ କୋଟିରେ ପହଞ୍ଚିଛି। ୨୦୩୦ ବେଳକୁ ଏହା ୮୩୦ କୋଟି ହେବ। ସେହିପରି ୨୧୦୦ ବେଳକୁ ଏହା ୧୦୯୦ କୋଟିରେ ପହଞ୍ଚିବ। ସମ୍ପ୍ରତି ପୃଥିବୀର ପ୍ରତି ୧୦ ଜଣରେ ଜଣେ ବୟସ୍କ ଅଛନ୍ତି। ତେବେ ୨୦୫୦ ବେଳକୁ ପ୍ରତି ୬ ଜଣରେ ଜଣେ ବୟସ୍କ ଲୋକ ରହିବେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

Share