Advertisement
Categories: ଜାତୀୟ

୩୧ ଯାଏ ଲକ୍‌ଡାଉନ ବଢ଼ାଇବ ମହାରାଷ୍ଟ୍ର

ମୁମ୍ବାଇ,୧୫।୫: ମହାରାଷ୍ଟ୍ରରେ ଲକ୍‌ଡାଉନ ଅବଧି ମେ’ ୩୧ ପର୍ଯ୍ୟନ୍ତ ବଢ଼ାଇବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଶୁକ୍ରବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଗୁରୁବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଧ୍ୟକ୍ଷତାରେ ମହା ବିକାଶ ଅଘାଡି ସରକାରର ମନ୍ତ୍ରୀମାନଙ୍କ ବୈଠକରେ ଲକ୍‌ଡାଉନ ସମୟସୀମା ବଢ଼ାଇବା ସହ ରାଜ୍ୟରେ ଅର୍ଥନୈତିକ କାରବାର ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି।

Share