୩୧ ରାଜସ୍ଥାନୀଙ୍କୁ ସହାୟତା ଦେଲା ଏନଏସି ପ୍ରଶାସନ

ନୂଆପଡା ଅଫିସ,୩୧ା୩- ବର୍ତମାନ ସାରା ଦେଶ ଲକ ଡାଉନ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟସୀମାକୁ ଯିବା ମନା ହୋଇଛି । ହେଲେ ଏଭଳି ସ୍ଥିତିରେ ମଧ୍ୟ ଲୋକେ ନିଜ ଘର ମୁହାଁ ହେଉଛନ୍ତି । ସୁଦୂର ବିଶାଖାପାଟଣାରୁ ଏକ ଗାଡି ଯୋଗେ ଛତିଶଗଡ ଦେଇ ରାଜସ୍ଥାନକୁ ଯାଉଥିବା ୩୧ଜଣଙ୍କୁ ଛତିଶଗଡ ପୋଲିସ ମାରପିଟ କରି ଘଉଡାଇ ଦେବାପରେ ନୂଆପଡା ସୀମାନ୍ତରେ ଖରିଆରରୋଡ ଏନଏସି ତରଫରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପରେ ଏକ ସୁରକ୍ଷିତ ଜାଗାରେ ଥଇଥାନ କରିଛନ୍ତି। ଏମାନେ ବିଶାଖାପାଟଣାରେ ବିଭିନ୍ନ ବ୍ୟବସାୟ କରି ପେଟ ପୋଷୁଥିଲେ। ଜିଲା ପ୍ରଶାସନର ଦୃଷ୍ଟିକୁ ଆଣିବା ପରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାଥ ମହାରଣା, ପରିମଣ ବିଶେଷଜ୍ଞ ସୁନୀଲ କୁମାର, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ନାଏକ ପ୍ରମୁଖଙ୍କ ସ୍ବତନ୍ତ୍ର ତତ୍ତ୍ୱାବଧାନରେ ରଖିଥିବା ପ୍ରକାଶ । ଲୋକେମାନେ ଏଠାରେ ସୁରକ୍ଷିତ ରହିଥିବାବେଳେ ଲକଡାଉନ ଉଠିବା ପରେ ନିଜ ଘରକୁ ଯିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ, ଗାଁରେ ପୂରାଇ ଦେଲେନି ସ୍ଥାନୀୟ ବିଧାୟକ!

ଧର୍ମଶାଳା,୧୩।୪: ଯାଜପୁର ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି। ଆରୁହା ଗାଁରେ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଏହି...

ହାତଗୋଡ଼ ବାନ୍ଧି ପୋଷ୍ଟମାଷ୍ଟରଙ୍କୁ ଘରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ୫ ଲକ୍ଷ ଟଙ୍କା

ସୋର,୧୩ା୪(ଜନ୍ମେଜୟ ମିଶ୍ର): ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗ୍ରାମର ପୋଷ୍ଟମାଷ୍ଟର ବଟକୃଷ୍ଣ ମଲିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା, ୫ ଲକ୍ଷ ଟଙ୍କା ଲୁଟ୍‌...

ଗୋଦାମରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୧୩ା୪(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରର ବଡ଼ବଜାର ଥାନା ବାଛୁବାରୀ ସାହିରେ ରବିବାର ଭୋର୍‌ରୁ ଏକ ପନିପରିବା ଟ୍ରେ’ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଖବର...

ମାଡ଼ି ଆସୁଛି କି ମହାବିପତ୍ତି! ଚିଲ ନେଇଗଲା ଶ୍ରୀମନ୍ଦିର ନେତ, ଭାଇରାଲ ହେଉଛି ଭିଡିଓ…

ପୁରୀ,୧୩ା୪: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଏକ ଚିଲ ଥଣ୍ଟରେ ବାନା ପରି ଦିଶୁଥିବା କପଡ଼ା ଧରି ଉଡ଼ୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଡି ଭିଡିଓ...

ଲଚ୍ଛମନ ବାଲାଜୀ ହନୁମାନ ମନ୍ଦିରରେ ନବାହ୍ନ ପାରାୟଣ

ଗଞ୍ଜାମ,୧୩।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ପ୍ରମୁଖ ସହର ହେଉଛି ଗଞ୍ଜାମ ସହର। ଏଠାରେ ବାର ମାସରେ ତେର ପର୍ବ । ଏଥିପାଇଁ ଗଞ୍ଜାମ ସହରକୁ...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା କପଡା ଦୋକାନ

କୁଚିଣ୍ଡା,୧୩୪(ବିରଞ୍ଚି ଦର୍କା): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ହରିନାରାୟଣ ମାର୍କେଟ କମ୍ପ୍ଲେକ୍ସର ତୃତୀୟ ମହଲାରେ ନିଆଁ ଲାଗି କ୍ୱାଲିଟି କଲେକ୍ସନ...

ଗଞ୍ଜାମରେ ରାଜ୍ୟପାଳ: ତଦାରଖ କଲେ…

ଛତ୍ରପୁର, ୧୩।୪(ସନ୍ତୋଷ ପାଢ଼ୀ ): ଓଡ଼ିଶା ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲା ଗସ୍ତରେ ରବିବାର ଆସିଛନ୍ତି। ସେ ଗଞ୍ଜାମ ଜିଲାର ବିକାଶ କାର୍ଯ୍ୟ ଗୁଡ଼ିକର...

ଗେମିଂ ଆପ୍‌ରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ: ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀରରେ ଗେମିଂ ଆପ୍‌ରେ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଗେମିଂ ଆପ୍ଲିକେଶନରେ ଲୋକଙ୍କୁ ଖେଳାଇ ଟଙ୍କା ହଡ଼ପ କରାଯିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image