Advertisement

୩୧ ରାଜସ୍ଥାନୀଙ୍କୁ ସହାୟତା ଦେଲା ଏନଏସି ପ୍ରଶାସନ

ନୂଆପଡା ଅଫିସ,୩୧ା୩- ବର୍ତମାନ ସାରା ଦେଶ ଲକ ଡାଉନ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟସୀମାକୁ ଯିବା ମନା ହୋଇଛି । ହେଲେ ଏଭଳି ସ୍ଥିତିରେ ମଧ୍ୟ ଲୋକେ ନିଜ ଘର ମୁହାଁ ହେଉଛନ୍ତି । ସୁଦୂର ବିଶାଖାପାଟଣାରୁ ଏକ ଗାଡି ଯୋଗେ ଛତିଶଗଡ ଦେଇ ରାଜସ୍ଥାନକୁ ଯାଉଥିବା ୩୧ଜଣଙ୍କୁ ଛତିଶଗଡ ପୋଲିସ ମାରପିଟ କରି ଘଉଡାଇ ଦେବାପରେ ନୂଆପଡା ସୀମାନ୍ତରେ ଖରିଆରରୋଡ ଏନଏସି ତରଫରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା ପରେ ଏକ ସୁରକ୍ଷିତ ଜାଗାରେ ଥଇଥାନ କରିଛନ୍ତି। ଏମାନେ ବିଶାଖାପାଟଣାରେ ବିଭିନ୍ନ ବ୍ୟବସାୟ କରି ପେଟ ପୋଷୁଥିଲେ। ଜିଲା ପ୍ରଶାସନର ଦୃଷ୍ଟିକୁ ଆଣିବା ପରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦେବେନ୍ଦ୍ର ନାଥ ମହାରଣା, ପରିମଣ ବିଶେଷଜ୍ଞ ସୁନୀଲ କୁମାର, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ନାଏକ ପ୍ରମୁଖଙ୍କ ସ୍ବତନ୍ତ୍ର ତତ୍ତ୍ୱାବଧାନରେ ରଖିଥିବା ପ୍ରକାଶ । ଲୋକେମାନେ ଏଠାରେ ସୁରକ୍ଷିତ ରହିଥିବାବେଳେ ଲକଡାଉନ ଉଠିବା ପରେ ନିଜ ଘରକୁ ଯିବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share