ମଦ ଜବତ, ୩ ଗିରଫ

ଆଠମଲ୍ଲିକ,୧୫।୧୦(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ଗତ ୨ଦିନ ମଧ୍ୟରେ ୩୧ ଲିଟର ଚୋରା ମହୁଲି ମଦ, ୨୦୦ କେଜି ପୋଚ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ବିଭାଗ କର୍ମଚାରୀମାନେ ଚଢାଉ କରି ଆଠମଲ୍ଲିକ ଥାନା କୁସୁମକୁହୁରୀ ଗ୍ରାମ ଭିମସେନ ସାହୁଙ୍କ ନିକଟରୁ ୧୦ ଲିଟର, କଳାମାଟି ଗ୍ରାମର ଜୟନ୍ତ ଜାନୀଙ୍କଠାରୁ ୧୫ ଲିଟର ମଦ ଜବତ କରିଥିଲେ। ସେହିପରି ସୋମବାର ମାଣତ୍ରୀ ଗ୍ରାମର ଶ୍ରୀତମ ନାଏକଙ୍କଠାରୁ ୬ ଲିଟର ମଦ, ୨୦୦ କେଜି ପୋଚ ଜବତ କରାଯାଇଛି। ଏଥିସହ ସେମାନଙ୍କୁ ଗିରଫ କରାଯାଇଛି। ଚଢାଉରେ ଉପନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି, ସହକାରୀ ନିରୀକ୍ଷକ ରମାକାନ୍ତ ଚାନ୍ଦ, ଆରକ୍ଷୀ ହରିହର ପରିଡା, ମନୋଜ ବେହେରା ପ୍ରମୁଖ ସାମିଲ ଥିଲେ।