୩୧ ୟୁନିଟ୍‌ ରକ୍ତ ସଂଗୃହୀତ

ଯୋଡ଼ା, ୨୧।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଗଣେଶ ଭବନଠାରେ ସୋମବାର ପୂର୍ବାହ୍ନରେ ଯୋଡା ବିଜେଡି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିଲା। ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ ଶିବିରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଥିଲା। କରୋନା ମହାମାରୀର ପ୍ରଭାବ ଯୋଗୁ ବିଭିନ୍ନ ଡାକ୍ତରଖାନାରେ ରକ୍ତ ଅଭାବ ଦେଖାଦେଇଛି, ଏହିଭଳି ଘଡି ସନ୍ଧି ମୁହୂର୍ତ୍ତରେ ଯୋଡା ବିଜେଡିର ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।  ଏହି କାର୍ଯ୍ୟକ୍ରମକୁ ଯୋଡା ବିଜେଡି ଯୁବ ନେତା ସୁଶାନ୍ତ ବାରିକ ଓ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

Share