୩୨୫ ଜିଲାରେ ହୋଇନାହିଁ କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏହା ୧୨ ହଜାର ଅତିକ୍ରମ କରି ସାରିଲାଣି। ହେଲେ ଦେଶର ପ୍ରାୟ ୩୨୫ ଜିଲାରେ କେହି ଜଣେ କରୋନା ସଂକ୍ରମିତ ନ ଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ। ଗୁରୁବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ବିଳନୀରେ ସେ ଏହା ପ୍ରକାଶ କରିଛନ୍ତି। ଅନ୍ୟପଟେ ଏପର୍ଯ୍ୟନ୍ତ ଦେଶରେ ୨,୯୦,୪୦୧ ଜଣଙ୍କର କରୋନା ଟେଷ୍ଟ ହୋଇଥିବା କହିଛି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରସର୍ଚ୍ଚ।

Share