Advertisement

୩୨ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ଜୁନାଗଡ,୨୭।୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ରଣପୁର ଗ୍ରାମ ନିକଟି କୁସୁମଖୋଲ, ସୁନାରୀପାଣି ଓ ଆମଖୋଲ ପାହାଡରେ ଦେଶୀ ହାତରନ୍ଧା ମଦ ତିଆରି ହେଉଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ସୋମବାର ଚଢାଉ କରାଯାଇଥିଲା। ଚଢାଉର ୩୨.୬୦ କୁଇଣ୍ଟାଲ ମହୁଲ ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଥିଲା। ପରେ ଉକ୍ତ ସାମଗ୍ରୀଗୁଡିକୁ ଘଟଣାସ୍ଥଳରେ ବିଭାଗ ପକ୍ଷରୁ ନଷ୍ଟ କରାଯାଇଥିଲା। ଅବକାରୀ ଉପଅଧୀକ୍ଷକ ଉମାଚରଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ କରାଯାଇଥିବା ଏହି ଚଢାଉରେ ଧର୍ମଗଡ ରେଞ୍ଜ ଅବକାରୀ ନିରୀକ୍ଷକ ସୁବନ ନାଏକ, ଜୁନାଗଡ ଅବକାରୀ ଉପନିରୀକ୍ଷକ ଦିଲ୍ଲୀପ କୁମାର ରଥ, ଧର୍ମଗଡ ଅବକାରୀ ଉପନିରୀକ୍ଷକ ନାରାୟଣ ବେହେରା,ଏଏସ୍‌ଆଇ ବସନ୍ତ ବିଶି ପ୍ରମୁଖ ସାମିଲ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share