ମୁମ୍ବାଇ, ୨।୬: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ରବିବାର ୩୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୭ ଜୁନ୍ ୨ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ଫେଶନ ଡିଜାଇନିଂ ପ୍ରତି ଆକର୍ଷିତ ହୋଇଥିଲେ। ତେବେ ପରେ ବଲିଉଡ୍ରେ ୨୦୧୦ରେ ଦବଙ୍ଗ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ତାଙ୍କର ଶରୀର ଓଜନ ବଢୁଥିବାରୁ ସେ ନେଇ ସୋନାକ୍ଷୀ ବେଶ୍ ଚିନ୍ତିତ ରହିଥିବାବେଳେ ଆରୋବିକ୍ସ୍ ଜାରି ରଖିଛନ୍ତି। ଫିଲ୍ମରେ ତାଙ୍କର କମେଡି ତଥା ସୃଜନଶୀଳ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥାନ୍ତି।