୩୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ବାଇକ୍‌ ଛାଡ଼ି ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ,୮ା୪: ବନ୍ତ ଛକ ପୋଲ ନିକଟରୁ ବୁଧବାର ପୂର୍ବାହ୍ନରେ ପୋଲିସ ଯାଞ୍ଚ କରୁଥିବା ବେଳେ ବାଇକ୍‌ ଡିକିରୁ ୩୨୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ
୩୨ ଲକ୍ଷ ଟଙ୍କା ହେବ। ତେବେ ଅଭିଯୁକ୍ତ ଜଣକ ବାଇକ ଛାଡ଼ି ଫେରାର ହୋଇଯାଇଛନ୍ତି। ପୋଲିସ ଉକ୍ତ ବାଇକ୍‌କୁ ଜବତ କରିଥିବା ବେଳେ ଏନେଇ ଅଧିକ ତଦନ୍ତ ଚାଲିଥିବା ଏସ୍‌ପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।