Categories: ଫୁରସତ

୩୩୨ ଟଙ୍କାର ପେଣ୍ଟିଂ ୧. ୫୮ କୋଟିରେ ନିଲାମ

ଇଂଲଣ୍ଡ: ବେଳେବେଳେ ଏପରି ହୋଇଥାଏ ଘରେ ରଖାଯାଇଥିବା କିଛି ଜିନିଷର ମୂଲ୍ୟ ଆମକୁ ଜଣା ନ ଥାଏ। ନିକଟରେ ବ୍ରିଟେନର ଜଣେ ମହିଳାଙ୍କ ସହିତ ଏପରି କିଛି ହୋଇଛି। ତାଙ୍କ ଘରେ ଥିବା ପେଣ୍ଟିଂଙ୍କୁ ସୋସିଆଲ ମିଡିଆରେ ଶେୟାର କରିବାରୁ ତା’ର ପ୍ରକୃତ ମୂଲ୍ୟ ଜଣାପଡ଼ିଲା। ରିପୋର୍ଟ ମୁତାବକ, ନ୍ୟୁ ହେମସିର୍‌ର ଏକ ବଜାରରୁ ୬ ବର୍ଷ ପୂର୍ବେ ମହିଳା ଜଣକ ୪ ଡଲାର ଅର୍ଥାତ୍‌ ୩୩୨ ଟଙ୍କାରେ ଏକ ପେଣ୍ଟିଂ କିଣିଥିଲେ। ପରେ ତାହା ଘରର ଏକ କୋଣରେ ପଡ଼ିଥିଲା। ସେ ସେହି ପେଣ୍ଟିଂକୁ ଫୋପାଡିବାକୁ ବାହାରିଥିଲେ। ହେଲେ ତା’ ପୂର୍ବରୁ ସେ ତାକୁ ସୋସିଆଲ ମିଡିଆରେ ଛାଡ଼ିଲେ। ସେହି ପେଣ୍ଟିଂ ଗତ ୧୯ ତାରିଖରେ ୧୯୧ ହଜାର ଡଲାର ଅର୍ଥାତ୍‌ ୧. ୫୮ କୋଟିରେ ନିଲାମ ହୋଇଛି। ବିଶେଷଜ୍ଞଙ୍କ ମୁତାବକ, ଏହି ପେଣ୍ଟିଂ ପ୍ରସିଦ୍ଧ ଆର୍ଟିଷ୍ଟ ଏନ୍‌ସି ୱାୟେଥଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଏହାର କିଛି ବର୍ଷ ପୂର୍ବେ ହଜିଯାଇଥିଲା। ୱାୟେଥ ଏହି ପେଟିଂକୁ ୧୮୮୪ରେ ଆମେରିକାର କବି ହେଲେନ ହଣ୍ଟ ଜ୍ୟାକ୍‌ସନଙ୍କ ‘ରମୋନା’ର ୧୯୩୯ ସଂସ୍କରଣ ପାଇଁ ପ୍ରସ୍ତୁତ କରିଥିଲେ। ପେଣ୍ଟିଂରେ ଏକ ଅନାଥ ଝିଅ ଏବଂ ତାଙ୍କ ସାବତ ମା’ଙ୍କ ମଧ୍ୟରେ ସମ୍ପର୍କକୁ ଦର୍ଶାଯାଇଥିଲା। ୱାୟରଙ୍କ ପେଣ୍ଟିଂ ଅଧିକ ଲୋକପ୍ରିୟ ଥିଲା। ମହିଳାଙ୍କ କହିବାନୁସାରେ, ସେ ଯେତେବେଳେ ଏହି ପେଣ୍ଟିଂ କିଣିଥିଲେ, ଲୋକ ତାଙ୍କର ବହୁତ ମଜା ଉଡ଼ାଇଥିଲେ। ସୋସିଆଲ ମିଡିଆରେ ଶେୟାର କରିବାରୁ ତା’ର ମୂଲ୍ୟ ବାବଦରେ ଜାଣିଥିଲେ। ଏହାପରେ ସେ ବ୍ରାଣ୍ଡିୱାଇନ ମ୍ୟୁଜିୟମ୍‌ ସହ ସମ୍ପର୍କ କରିବାରୁ ତାହା ଏକ ଐତିହାସିକ ପେଣ୍ଟିଂ ଥିବା ଜାଣିବାକୁ ପାଇଥିଲେ।

Share