Categories: ଖେଳ

୩୩ ଜଣିଆ ସମ୍ଭାବ୍ୟ ତାଲିକା ଘୋଷିତ

ବେଙ୍ଗାଲୁରୁ,୩୦।୯(ପି.ଟି.)- ଆଗାମୀ ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଜୁନିୟର ମହିଳା ପ୍ରଶିକ୍ଷଣ ଶିବିର ପାଇଁ ଏକ ୩୩ ଜଣିଆ ସମ୍ଭାବ୍ୟ ତାଲିକା ଘୋଷଣା କରିଛି। ସ୍ଥାନୀୟ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ରେ ସୋମବାରଠାରୁ ଏହି ଶିବିର ଆରମ୍ଭ ହେବ। ଖେଳାଳିମାନେ କୋଚ୍‌ ବଲଜିତ୍‌ ସିଂ ସଇନିଙ୍କୁ ରିପୋର୍ଟ କରିବେ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ଏହି ପ୍ରଶିକ୍ଷଣ ଶିବିର ଅକ୍ଟୋବର ୨୬ ତାରିଖରେ ଶେଷ ହେବ।
ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଡିସେମ୍ବର ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଆୟୋଜକ ଅଷ୍ଟ୍ରେଲିଆ ସମେତ ଭାରତ ଓ ନ୍ୟୁଜିଲାଣ୍ଡ ଅଂଶଗ୍ରହଣ କରିବେ। ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡିକ ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ। ଆମେ ଖେଳାଳିମାନେ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ଅନ୍ତର୍ଜତୀୟ ସ୍ତରର ଭଲ ଅଭିଜ୍ଞତା ହାସଲ କରିବେ ବୋଲି କୋଚ ସଇନି କହିଛନ୍ତି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଖେଳାଳିମାନେ ବିଶ୍ୱସ୍ତରୀୟ ହକି ଖେଳୁଥିବାରୁ ଏହି ଦଳଗୁଡିକ ସହ ଖେଳି ଆମ ଖେଳାଳିମାନେ ଫିଟ୍‌ନେସ୍‌ ହାସଲ କରିବା ସହ ସ୍ପିଡ୍‌ ବଢ଼ାଇବାକୁ ସକ୍ଷମ ହେବେ ବୋଲି ସେ କହିଛନ୍ତି। ପ୍ରଶିକ୍ଷଣ ଶିବିରରେ ସବୁ ଖେଳାଳି ଶତ ପ୍ରତିଶତ ଯୋଗଦାନ କରିବେ ବୋଲି ଆଶା କରୁଛି। ଶିବିରରେ ଭଲ ପ୍ରଦର୍ଶନ କଲେ ଖେଳାଳିମାନେ ଦଳରେ ସ୍ଥାନ ପାଇବେ। ଏହା ପରେ ଟୁର୍ନାମେଣ୍ଟରେ ଦକ୍ଷତା ପ୍ରତିପାଦନ କରିବାକୁ ସକ୍ଷମ ହେବେ। ଭାରତୀୟ ଖେଳାଳିମାନେ ପ୍ରତିଭା ସମ୍ପର୍ଣ୍ଣ। ପ୍ରତ୍ୟେକ ବର୍ଷ ଅତିକମ୍‌ରେ ଜଣେ ଲେଖାଏ ଜୁନିୟର ଖେଳାଳି ସିନିୟର ଦଳରେ ସ୍ଥାନ ହାସଲ କରୁଛନ୍ତି। ତେଣୁ ଏହି ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଶିବିରରେ ସ୍ଥାନ ପାଇଥିବା ସବୁ ଖେଳାଳିଙ୍କ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି।
ସମ୍ଭାବ୍ୟ ତାଲିକା:
ଗୋଲକିପର- ରାଶନପ୍ରୀତ କୌର, ଖୁଶବୁ ଓ ଏଫ୍‌. ରାମେଙ୍ଗାମାଓ୍ବି।
ଡିଫେଣ୍ଡର- ପ୍ରିୟଙ୍କା, ସିମରନ ସିଂ, ମାରିନା ଲାଲରାମଙ୍ଘାକି, ଗଗନଦୀପ କୌର, ଇଶିକା ଚୌଧୁରୀ, ଜୋତିକା କଲସି, ସୁମିତା, ଆକାଶନାଥ ଧେକେଲ, ଉଷା, ପରନିତ କୌର।
ମିଡଫଲ୍ଡସ- ବଲଜୀଦ କୌର, ମାରିଆନ କୁଜୁର, କିରନ ପ୍ରଭଲିନ କୌର, ପ୍ରୀତି, ଅଜମିନା କୁଜୁର, ବେଷ୍ନବୀ ଫାଲେକେ, କବିତା ବାଗଡି, ବଲଜିନ୍ଦର କୌର, ସୁଷମା କୁମାରୀ।
ଫରଓ୍ବାଡର୍‌ସ- ମମତାଜ ଖାଁ, ବିୟୁଟି ଡଙ୍ଗଡଙ୍ଗ, ଗୁରମେଲ କୌର, ଦୀପିକା, ଲାଲରିଣ୍ଡିଙ୍କି, ଜିଓ୍ବାନ କିଶୋରୀ ଟୋପ୍ପୋ, ରୁତୁଜା ପିସାଲ, ସଙ୍ଗିତା କୁମାରି, ଯୋଗିତା ବୋରା ଓ ଅନୁ।

Share