ଅନୁଗୋଳ ଅଫିସ, ୪।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଓ ସ୍ବାବ ଭୁବନେଶ୍ବର ପଠାଯାଇଥିଲା। ମୋଟ ୧୩୩ ନମୁନା ମଧ୍ୟରୁ ୫୮ଟି ନେଗେଟିଭ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବାକି ୭୫ଟି ରକ୍ତ ନମୁନା ଓ ସ୍ବାବର ରିପୋର୍ଟ ଆସି ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଗୁରୁବାର ଯାଇଥିବା ୩୩ଟି ରକ୍ତ ନମୁନା ଓ ସ୍ବାବ ନେଗେଟିଭ ଥିବା ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ରିପୋର୍ଟ ରବିବାର ସୁଦ୍ଧା ହସ୍ତଗତ ହୋଇପାରେ ବୋଲି ଜିଲାପାଳ ମହାନ୍ତି ସୂଚନା ଦେଇଛନ୍ତି।