Categories: ଖେଳ

୩୪ରେ ଧାଓ୍ବନ

ନୂଆଦିଲ୍ଲୀ,୫ା୧୨- ଭାରତୀୟ ଓପନର ଶିଖର ଧାଓ୍ବନ ଗୁରୁବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି। ପ୍ରଶଂସକ ଓ ସାଥି ଖେଳାଳିଙ୍କ ନିକଟରେ ଗବର ଭାବେ ପରିଚିତ ଧାଓ୍ବନ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୩୪ ଟେଷ୍ଟ, ୧୩୩ ଦିନିକିଆ ଓ ୫୮ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି। ତାଙ୍କର ଜନ୍ମଦିନ ଅବସରରେ ଆଇସିସି ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛି। ୨୦୧୩ ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଥିବା ଷ୍ଟାଇଲିସ ଭାରତୀୟ ଓପନର ଶିଖର ଧାଓ୍ବନଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ବୋଲି ଆଇସିସି ଟୁଇଟ୍‌ କରିଛି। ତାଙ୍କ ଶୁଭେଚ୍ଛୁଙ୍କ ତାଲିକାରେ ବିସିସିଆଇଠାରୁ ଆରମ୍ଭ କରି ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ସୁରେଶ ରାଇନା, ରବିନ ଉଥପ୍ପା ପ୍ରମୁଖ ରହିଛନ୍ତି।

Share