Categories: ଖେଳ

୩୪ ଟପିଲେ ରାୟୁଡୁ

ଚେନ୍ନଇ,୨୩।୯: ଭାରତୀୟ ଦଳର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ସୋମବାର ୩୪ ବର୍ଷରେ ପାଦ ଦେଇଛନ୍ତି। ୧୯୮୫ ସେପ୍ଟେମ୍ବର ୨୩ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲାରେ ଜନ୍ମ ହୋଇଥିଲେ ରାୟୁଡୁ। ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଅପେକ୍ଷାକୃତ ସୁଯୋଗ କମ୍‌ ମିଳୁଛି। ପ୍ରଥମ ଶ୍ରେଣୀ କ୍ୟାରିୟର ଆରମ୍ଭ କରିବାର ୧୩ ବର୍ଷ ପରେ ତାଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିଥିଲା। ୨୦୧୩ରେ ଜିମ୍ବାଓ୍ବେ ବିପକ୍ଷରେ ପଦାର୍ପଣ କରି ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୨୦୧୯ ବିଶ୍ୱକପ୍‌ ଦଳରେ ସ୍ଥାନ ନ ପାଇବାରୁ ନିରାଶ ହୋଇ ଅବସର ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ଅବସରରୁ ଫେରିଥିଲେ। ଦେଶ ପାଇଁ ୫୫ ଦିନିକିଆରେ ୧,୬୯୪ ଓ ୬ ଅନ୍ତର୍ଜାତୀୟ ଟି୨୦ ଖେଳି ୪୨ ରନ୍‌ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳିଙ୍କଠାରୁ ଆରମ୍ଭକରି ଆଇପିଏଲ୍‌ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଶୁଭେଚ୍ଛା ଜଣାଇଛି।

Share