୩୪ ବର୍ଷରେ ପାଦଦେଲେ ସୃତି ଝା: କୁମ୍‌କୁମ୍‌ ଭାଗ୍ୟରୁ ଏବେ ପାଲଟିଛନ୍ତି କୋଟିପତି

ମୁମ୍ବାଇ: ଛୋଟ ପରଦାରେ ନିଜର ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ଥିବା ସୃତି ଝା ବୁଧବାର ୩୪ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୮୬ ଫେବୃୟାରୀ ୨୬ରେ ବେଗୁସରାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୭ରେ ଧୁମ୍‌ ମଚାଓ ଧୁମ୍‌ରେ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ପରେ କୁମ୍‌କୁମ୍‌ ଭାଗ୍ୟ ତାଙ୍କ ପାଇଁ ବେଶ୍‌ ପରିଚିତି ଆଣିଦେଇଥିଲା। କୁମ୍‌କୁମ୍‌ ଭାଗ୍ୟରୁ ସେ କୋଟିପତି ପାଲଟି ଯାଇଛନ୍ତି। ଏବେ ସୃତିଙ୍କ ପାଖରେ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ୍‌। ସେ କୁମ୍‌କୁମ୍‌ ଭାଗ୍ୟର ପ୍ରତି ଏପିଶୋଡ଼ ପାଇଁ ୬୦ ହଜାର ପାରିଶ୍ରମିକ ନେଉଥିବା କୁହାଯାଉଛି।

Share