ନୂଆଦିଲ୍ଲୀ,୧୬ା୪:ଚଳିତ ବର୍ଷ ମାର୍ଚ୍ଚରେ ଭାରତର ରପ୍ତାନି ୩୪.୫୭%ହ୍ରାସ ଘଟି ୨୧.୪୧ ବିଲିୟନ ଡଲାରକୁ ଖସି ଆସିଛି। ୨୦୧୯-୨୦ ଆର୍ଥତ୍କ ବର୍ଷ କଥା ବିଚାର କରିଲେ ଏହା ୪.୭୮% ଖସି ୩୧୪.୩୧ ବିଲିୟନ ଡଲାର ରହିଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଚଳିତ ବର୍ଷ ମାର୍ଚ୍ଚରେ ବାଣିଜ୍ୟ ନିଅଣ୍ଟ ୯.୭୬ ବିଲିୟନ ଡଲାର ରହିଛି। ଏହା ଗତ ବର୍ଷ ସମାନ ସମୟରେ ୧୧ ବିଲିୟନ ଡଲାର ରହିଥିଲା। ୨୦୧୯-୨୦ ଏପ୍ରିଲ-ମାର୍ଚ୍ଚ ସମୟ ମଧ୍ୟରେ ଏହା ୧୫୨.୮୮ ବିଲିୟନ ଡଲାର ରହିଛି। ଯାହା ପୂର୍ବ ଆର୍ଥତ୍କ ବର୍ଷ ସମାନ ସମୟରେ ୧୮୪ ବିଲିୟନ ଡଲାର ରହିଥିଲା। କରୋନା ଏବଂ ବିଶ୍ୱ ମାନ୍ଦାବସ୍ଥା ଯୋଗୁ ରପ୍ତାନି ଉପରେ ଏହା ନକାରାତ୍ମକ ପ୍ରଭାବ ପକାଇଛି। ଯୋଗାଣ ଚେନ୍ ଏବଂ ଚାହିଦା କ୍ଷତିଗ୍ରସ୍ତ ହେବା ଯୋଗୁ ଅର୍ଡର ବାତିଲ ହେଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହି ସମୟରେ ଆମଦାନୀ ୨୮.୭୨% ଖସିଛି। ୨୦୨୯-୨୦ ଏପ୍ରିଲ-ମାର୍ଚ୍ଚ ସମୟରେ ମୋଟ ସାମଗ୍ରୀ ଓ ସେବା ରପ୍ତାନି ୫୨୮.୪୫ ବିଲିୟନ ଡଲାର ରହିଛି। ଏଥିରେ ନକାରାତ୍ମକ ୧.୩୬% ଅଭିବୃଦ୍ଧି ରହିଛି।