୩୫ଶହ ଲିଟର ପୋଚ, ୫୫ ଲିଟର ମଦ ଜବତ

ଗୋପାଳପୁର,୧୦।୬- ରଙ୍ଗେଇଲୁଣ୍ଡା ବ୍ଲକରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଓ ଗୋଳନ୍ଥରା ଅବକାରୀ ବିଭାଗ ପକ୍ଷରୁ ରବିବାର ୨ଟି ସ୍ଥାନରେ ଚଢ଼ାଉ କରି ପୋଚ ଓ ମଦ ଜବତ ହୋଇଥିଲା। ଇନ୍ଦ୍ରାକ୍ଷୀ କିଆବାଡରେ ଅବକାରୀ ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଓ ଗୋଳନ୍ଥରା ଅବକାରୀ କର୍ମଚାରୀମାନେ ଚଢାଉ କରି ୩୫୦୦ ଲିଟର ପୋଚ ଓ ୫୫ ଲିଟର ଦେଶୀମଦ ଜବତ କରିଥିବା ବେଳେ ମଦ ପ୍ରସ୍ତୁତକାରୀ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ସେଠାରୁ ମଦ ପ୍ରସ୍ତୁତି ସରଞ୍ଜାମଗୁଡିକୁ ମଧ୍ୟ ଜବତ କରାଯାଇଛି। ଚଢ଼ାଉ ବେଳେ ଅବକାରୀ ଇନ୍ସପେକ୍ଟର ରୋଶନ ଇସ୍ୟୁ ହଁାସଦା, ସୁଶାନ୍ତ କୁମାର ପାଢ଼ୀ, ସନ୍ତୋଷ କୁମାର ସାହୁ, ଶ୍ରୀଧର ମହାନ୍ତି ସାମିଲ ଥିଲେ। ଆଗାମୀ ଦିନରେ ଚଢାଉ ଜାରି ରହିବ ବୋଲି ଗୋଳନ୍ଥରା ଅବକାରୀ ସବଇନ୍ସପେକ୍ଟର ସନ୍ତୋଷ କୁମାର ସାହୁ ସୂଚନା ଦେଇଛନ୍ତି।

Share