Categories: ଜାତୀୟ

୩୫୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ

ଶ୍ରୀନଗର,୨୩ା୧୧: ଶ୍ରୀନଗର-ଲେହ ଜାତୀୟ ରାଜପଥ ସଂଲଗ୍ନ ୧୧,୫୭୮ ଫୁଟ୍‌ ଉଚ୍ଚରେ ଅବସ୍ଥିତ ଜୋଜିଲା ଗିରିପଥରେ ପ୍ରବଳ ତୁଷାରପାତ ଯୋଗୁ ଫସିରହିଥିବା ୩୫୦ ଜଣ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସେନା ଉଦ୍ଧାର କରିଥିବା ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି। କ୍ରମାଗତ ତୁଷାରପାତ ସତ୍ତ୍ୱେ ସେନା ଯବାନମାନେ ସାରାରାତି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ଏଥିରେ ସ୍ଥାନୀୟ ପ୍ରଶାସନ ସହଯୋଗ କରିଥିଲା ବୋଲି ଶ୍ରୀନଗରସ୍ଥିତ ସେନା ମୁଖପାତ୍ର କଲୋନେଲ ରାଜେଶ କାଲିଆ ଜଣାଇଛନ୍ତି। ଗୁରୁବାରଠାରୁ ଉକ୍ତ ଗିରିପଥ ଅନ୍ତର୍ଗତ ସୋନାମାର୍ଗ, ବାଲତାଲ ଏବଂ ନିଲଗ୍ରାରରେ ପ୍ରବଳ ତୁଷାରପାତ ଜାରି ରହିଛି। ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ୍‌ ହେବା ଫଳରେ ୨୫୦ରୁ ଊର୍ଦ୍ଧ୍ୱ ଟ୍ରକ ଓ ଯାତ୍ରୀବାହୀ ଯାନ ବିଭିନ୍ନ ସ୍ଥାନରେ ଅଟକି ରହିଥିଲେ। ଟ୍ରାଫିକ୍‌ ଜାମ୍‌ ଫଳରେ ବିପଜ୍ଜନକ ସ୍ଥିତି ସୃଷ୍ଟି ହୋଇଥିଲା। ମହିଳା ଓ ଶିଶୁଙ୍କ ସମେତ ୩୫୦ ଲୋକ ବିଯୁକ୍ତ ୭ ଡିଗ୍ରୀ ତାପମାତ୍ରାରେ ଅଟକି ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି କାଲିଆ କହିଛନ୍ତି।

Share