୩୫୦ ଯୁବତୀଙ୍କ ସହ ସମ୍ପର୍କ ରଖି ବାହା ହୋଇଥିଲେ ୩ ଜଣଙ୍କୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରେମ କାହାଣୀ କାହାକୁ ଲୁଚା ଛପା ନୁହେଁ। ଏହି ଅଭିନେତା ସବୁଠୁ ରୋମାଣ୍ଟିକ୍‌ ବୋଲି କୁହାଯାଏ। କାରଣ ସେ ତିନି ତିନି ଥର ବିବାହ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ନାଁକୁ ବଲିଉଡ୍‌ର ଅଧିକାଂଶ ନାୟିକାଙ୍କ ସହ ଯୋଡା ଯାଇଛି । ଏବେ ତାଙ୍କ ବାୟୋପିକ୍‌ରେ ମଧ୍ୟ ଏହାକୁ ସ୍ଥାନ ଦିଆଯାଇଛି। ତେବେ ତାଙ୍କ ବାୟୋପିକ୍‌ ଯାହା କୁହେ ସଞ୍ଜୟଙ୍କର କୁଆଡେ ୩୫୦ ଜଣ ଗର୍ଲ ଫ୍ରେଣ୍ଡ ଥିଲେ। ଆଉ ସେ ସମସ୍ତଙ୍କ ସହ କୁଆଡେ ସମ୍ପର୍କ ରଖିଥିଲେ। ହେଲେ ଅସଲ ଜୀବନରେ ୩ ଜଣଙ୍କୁ ବିବାହ କରିଥିଲେ। ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ସଞ୍ଜୟ କେତେ ରୋମାଣ୍ଟିକ୍‌। ଏବେ ସେ ୬୦ଟି ଫଗୁଣ ଅତିକ୍ରମ କରି ମଧ୍ୟ ଯୁବତୀଙ୍କର ବେଶ୍‌ ପସନ୍ଦ। ସଞ୍ଜୟ ଶେଷରେ ମାନ୍ୟତାଙ୍କୁ ଅତି ତରବରିଆ ଭାବେ ବିବାହ କରିଥିବା ନିଜେ ମାନ୍ୟତା କୁହନ୍ତି। ଏମିତିକି ଏହି ବିବାହକୁ ଉଭୟଙ୍କ ଘରଲୋକମାନେ ମଧ୍ୟ ପହଞ୍ଚିପାରି ନ ଥିଲେ। ମାନ୍ୟତା ମୁମ୍ବାଇର ଏକ ମୁସଲମାନ ପରିବାରରେ ଜନ୍ମ ନେଇଥିବା ବେଳେ ତାଙ୍କର ପ୍ରକୃତ ନାଁ ଥିଲା ଦିଲ ନଶି ଶେଖ। ପ୍ରକାଶ ଝା ତାଙ୍କର ନାଁ ରଖିଥିଲେ ମାନ୍ୟତା।

Share