Categories: ବାଣିଜ୍ୟ

୩୫% କମିପାରେ ଘର ବିକ୍ରି

ଦେଶର ଆବାସ ରିୟଲ ଇଷ୍ଟେଟ କରୋନା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଲକ୍‌ଡାଉନ ଯୋଗୁ ଏହି ଶିଳ୍ପର କାର୍ଯ୍ୟ ଏବେ ବନ୍ଦ ରହିଛି। ଏଥିଯୋଗୁ ୨୦୨୦ କ୍ୟାଲେଣ୍ଡର ବର୍ଷରେ ପ୍ରମୁଖ ସହରଗୁଡିକରେ ଘର ବିକ୍ରି ୩୫% ଖସିପାରେ ବୋଲି କୁହାଯାଉଛି। ଅଫିସ ଏବଂ ରିଟେଲ ରିୟଲ ଇଷ୍ଟେଟ ସେଗ୍‌ମେଣ୍ଟରେ କରୋନା ପ୍ରଭାବ ଗଭୀର ଭାବେ ରହିଥିବା ବ୍ରୋକରେଜ ଫାର୍ମ ଆନାରକ୍‌ ପ୍ରକାଶ କରିଛି। ବଜାରରେ ମାନ୍ଦାବସ୍ଥା ରହିଥିବା ବେଳେ ଏଥିରେ କାର୍ଯ୍ୟକଳାପ ପ୍ରଭାବିତ ସ୍ଥିତିରେ ରହିଥିଲା। ବର୍ତ୍ତମାନ କରୋନା ଯୋଗୁ ସ୍ଥିତି ଆହୁରି ବିଗିଡିଛି ବୋଲି ଆନାରକ ଏହାର ରିପୋର୍ଟରେ ପ୍ରକାଶ କରିଛି। ବଜାରର ସ୍ଥିତି ଠିକ୍‌ ନ ଥିବା ଯୋଗୁ ଚାହିଦା କମିଛି ବୋଲି ଆନାରକ ପ୍ରପର୍ଟିର କନସଲଟାଣ୍ଟ ଅଧ୍ୟକ୍ଷ ଅନୁଜ ପୁରୀ ସୂଚନା ଦେଇଛନ୍ତି।

Share