Advertisement

୩୫ ଚାଷୀ ଗଲେ ମହାରାଷ୍ଟ୍ର

ଚମ୍ପୁଆ,୧୧।୨(ଡି.ଏନ.ଏ.)- ଚାଷ ସମ୍ବନ୍ଧୀୟ ସୂଚନା ଓ ସର୍ବେକ୍ଷଣ ନିମନ୍ତେ ଚମ୍ପୁଆ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୩୫ ଜଣ ଚାଷୀଙ୍କୁ ମହାରାଷ୍ଟ୍ର ପଠାଯାଇଛି। ଚମ୍ପୁଆ, ଯୋଡା ଓ ଝୁମ୍ପୁୁରା ବ୍ଲକର ଏହି ଚାଷୀମାନଙ୍କୁ ଏଥି ପାଇଁ ସୁଯୋଗ ଦିଆଯାଇଛି। ଏହି ଚାଷୀମାନେ ମହାରାଷ୍ଟ୍ରର ଜଲଗାଁ ଗସ୍ତ କରିଛନ୍ତି। ଏଏଚଓ ଦମୟନ୍ତୀ ହଁାସଦା, ଓଭରସିୟର ଅଚ୍ୟୁତାନନ୍ଦ ନାଏକ ଓ ମଙ୍ଗୁଳି ଗିରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଷୀମାନେ ଏହି ଯାତ୍ରା କରିଛନ୍ତି। ଏହି ୫ ଦିନିଆ ଯାତ୍ରାରେ ଚାଷୀମାନେ ସେଠାରେ ୨ ଦିନିଆ ଟ୍ରେନିଂ ନେବାରେ ବ୍ୟବସ୍ଥା କରାଯାଇଛି। ଉନ୍ନତ ପ୍ରଣାଳୀର ଚାଷ, ସ୍ବଳ୍ପ ପାଣିରେ ଚାଷ, ବୁନ୍ଦା ଜଳରେ ଚାଷ ଆଦି ଉପରେ ସେମାନେ ସେଠାରେ ଜ୍ଞାନ ଆହରୋଣ କରିବା ସହିତ ସେଠାକାର ଚାଷୀମାନଙ୍କ ସହିତ ମିଳିତ ଭାବେ ଆଲୋଚନା କରି ଚାଷର ପ୍ରଣାଳୀ ଓ ଉପତ୍ାଦନ ସମ୍ବନ୍ଧରେ ସୂଚନା ପାଇବେ ବୋଲି ଜଣାଯାଇଛି। ଚାଷୀମାନଙ୍କୁ ସିଞ୍ଚନ ପ୍ରଣାଳୀ, ବୁନ୍ଦା ଜଳସେଚନରେ ଚାଷ, ଟିସୁ କଲ୍ଚର, କଦଳୀ ଚାଷ ି ସମ୍ବନ୍ଧରେ ଉନ୍ନତମାନର ଜ୍ଞାନ ଯୋଗାଇ ଦିଆଯିବ ବୋଲି ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଏସ.ଶୁଭଲକ୍ଷ୍ମୀ ସୂଚନା ଦେଇଛନ୍ତି। ଏହି ଦଳରେ ତାରିଣୀ କୃଷକ ସଂଘର ୧୫ ଜଣ ଚାଷୀ ରହିଥିବା ବେଳେ ସେମାନେ ଝାଡଖଣ୍ଡ ଚକ୍ରଧରପୁରରୁ ଯାତ୍ରା କରିବେ ବୋଲି ଜଣାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share