୩୫ ବର୍ଷରେ ଅଙ୍କିତା: ୬ ବର୍ଷ ଲିଭ୍‌ଇନ୍‌ ପରେ ସୁଶାନ୍ତଙ୍କ ସହିତ ହୋଇଥିଲା ବ୍ରେକ୍‌ଅପ୍‌

ମୁମ୍ବାଇ: ଛୋଟ ପରଦାର ପବିତ୍ର ରିସ୍ତାରୁ କ୍ୟାରିୟର ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗୁରୁବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୧୯ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ପବିତ୍ର ରିସ୍ତାରେ ଅଭିନୟ କରୁଥିବାବେଳେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହିତ ତାଙ୍କର ଆରମ୍ଭ ହୋଇଥିଲା ରୋମାନ୍ସ। ଏହାପରେ ଦୁହେଁ ଦୀର୍ଘ ୬ବର୍ଷ ଲିଭ୍‌ ଇନ୍‌ରେ ରହିବା ପରେ ସେମାନଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା। ସୁଶାନ୍ତ ଅନ୍ୟକାହା ପ୍ରେମରେ ପଡ଼ିଥିବା ନେଇ ଆରମ୍ଭ ଚର୍ଚ୍ଚା ହୋଇଥିଲା । ଏହାପରେ ବଡ ପରଦାରେ ସୁଶାନ୍ତ ଆରମ୍ଭ କରିଥିଲେ ଅଭିନୟ। ଧୋନୀଙ୍କ ଉପରେ ବାୟୋପିକ୍‌ କରି ସୁଶାନ୍ତ ଢ଼େର୍‌ ପ୍ରଶଂସା ସାଉଁଟି ଥିଲେ। ଏହା ସହିତ ପିକେରେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଅଙ୍କିତା ମଣିକର୍ଣ୍ଣିକାରେ ଅଭିନୟ କରି ବଲିଉଡ୍‌ରେ ପାଦ ଦେଇଥିଲେ। ମଣିକର୍ଣ୍ଣିକାରେ ତାଙ୍କ ଅଭିନୟକୁ ଦର୍ଶକ ଢ଼େର୍‌ ମଧ୍ୟ ପ୍ରଶଂସା କରିଥିଲେ। ଏବେ ତାଙ୍କର ନୂଆ ଫିଲ୍ମ ବାଗି-୩  ମାର୍ଚ୍ଚ ୨୦୨୦ରେ ପରଦାକୁ ଆସିବ।

Share