Posted inଜାତୀୟ

୩୫ ବର୍ଷରେ ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ଏବେ ବି ମିଳିନି ମୃତକଙ୍କୁ ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୫ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ ସ୍ଥାନୀୟ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ରୁ ଟାଙ୍କିରୁ ନିର୍ଗତ ହୋଇଥିଲା ବିଷାକ୍ତ ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌। ଏହାର ପ୍ରଭାବରେ ୨ ହଜାର ୨ଶହ ୫୯ ଲୋକଙ୍କ ତତ୍‌କ୍ଷଣାତ୍‌ ମୃତ୍ୟୁ ଘଟିଥିଲା। ପରେ ମୃତ୍ୟୁ ସଂଖ୍ୟା ୩ ହଜାର ୭ ଶହ ୮୭ ଛୁଇଁଥିଲା ବୋଲି ରାଜ୍ୟ ସରକାର ରିପୋର୍ଟ ଦେଇଥିଲେ। ତେବେ ମୃତ୍ୟୁ ସଂଖ୍ୟା ୧୬ ହଜାରରୁ ଅଧିକ ବୋଲି ବେସରକାରୀ ସୂତ୍ରରୁ କୁହାଯାଇଥିଲା। ବିଷାକ୍ତ ଗ୍ୟାସ୍‌ର ପ୍ରଭାବରେ ୫ ଲକ୍ଷ ୫୮ ହଜାର ଶହେ ୨୫ ଜଣ ଲୋକ ଗୁରୁତର ଆହତ ହୋଇଥିବାବେଳେ ୩୮ ହଜାର ୪ ଶହ ୭୮ ଜଣ ଆଶିଂକ ଆହତ ହୋଇଥିଲେ ବୋଲି ରାଜ୍ୟ ସରକାର ୨୦୦୬ରେ ସତ୍ୟପାଠ ଦାଖଲ କରିଥିଲେ। ୩ ହଜାର ୯ ଶହ ଜଣ ଏହାଯୋଗୁ ଦିବ୍ୟାଙ୍ଗ ହୋଇଥିଲେ। ଦୁଇସପ୍ତାହ ମଧ୍ୟରେ ୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଅନ୍ୟ ୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୬୯ରେ ଏଠାରେ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ ସ୍ଥାପିତ ହୋଇଥିଲା। ଗତ ୪୯ ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏଠାକାର ଭୂତଳ ଜଳରେ ୧୦ ହଜାର ଟନ୍‌ ମିଶ୍ରିତ କରିସାରିଛି। ପ୍ରଥମେ ଏହାଯୋଗୁ ୧୫ଟି ବସ୍ତି ପ୍ରଭାବିତ ହୋଇଥିବାବେଳେ ପରେ ୩୦ ଏବଂ ଏବେ ୪୨ ବସ୍ତିର ମାଟି ତଳ ପାଲଟିଛି ଜହର। ଏବେ କମ୍ପାନୀର ବାହ୍ୟ ପରିସରରେ ଟନ୍‌ ଟନ୍‌ ବିଷାକ୍ତ ବର୍ଜ୍ୟବସ୍ତୁ ପଡ଼ି ରହିଛି। ଏହାକୁ ନେଇ ବିଭିନ୍ନ ସମୟରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କାରଖାନାର ସଞ୍ଚାଳକ ଓ୍ବାରେନ୍‌ ଆଣ୍ଡରସନ୍‌ ଭାରତ ଛାଡ଼ି ନିଜ ଦେଶ ଆମେରିକା ଚାଲିଯାଇଥିଲେ। ପୀଡ଼ିତ ତାଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ। ତେବେ ଭାରତ ସରକାର ଆଣ୍ଡରସନ୍‌ଙ୍କୁ ଭାରତ ଆଣି ପାରି ନ ଥିଲେ। ୨୦୧୪ ସେପ୍ଟେମ୍ବର ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିକି ନିଆଁବାଣ ଚାଇନା: କହିଲା, ଏମିତି କଲେ…

ମୁମ୍ବାଇ/ବେଜିଂ,୧୮।୧୦: ମୁମ୍ବାଇରେ ତାଇୱାନର ତାଇପେଇ ଅର୍ଥନୈତିକ ଏବଂ ସାଂସ୍କୃତିକ କେନ୍ଦ୍ର (ଟିଇସିସି)ର ନିକଟରେ ସ୍ଥାପିତ କାର୍ଯ୍ୟାଳୟକୁ ନେଇ ଚାଇନା ଭାରତ ସହ କୂଟନୈତିକ ବିରୋଧ କରିଛି।...

ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଜାରି କଲେ ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ,୧୮।୧୦: ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବାଲ୍ୟ ବିବାହ ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏବଂ କହିଛନ୍ତି ଯେ କୌଣସି...

ଦୀପାବଳି ପୂର୍ବରୁ ବଡ଼ ଉପହାର ଦେଲେ ମୋଦି: ଲୋକଙ୍କ ଯାତ୍ରା ହେବ ସହଜ

ନୂଆଦିଲ୍ଲୀ,୧୮।୧୦: ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରବାସୀଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ପାଟନାଠାରୁ ପଶ୍ଚିମ ଚମ୍ପାରନକୁ ଯାଉଥିବା ରାସ୍ତା (ଏନ୍‌ଏଚ୍‌-୧୩୯)କୁ ପ୍ରଶସ୍ତ...

ସଦ୍‌ଗୁରୁଙ୍କୁ ମିଳିଲା ବଡ଼ ଆଶ୍ବସ୍ତି, ସୁପ୍ରିମକୋର୍ଟ କହିଲେ ଦୁଇ ନାବାଳିକା…

ନୂଆଦିଲ୍ଲୀ,୧୮।୧୦: ସଦ୍‌ଗୁରୁଙ୍କ ଇଶା ଫାଉଣ୍ଡେସନକୁ ସୁପ୍ରିମକୋର୍ଟଙ୍କରୁ ବଡ଼ ଆଶ୍ବସ୍ତି ମିଳିଛି। ଫାଉଣ୍ଡେଶନ ବିରୋଧରେ ହାଇକୋର୍ଟରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ତେବେ ଏହି ନିଷ୍ପତ୍ତିର...

ଦିପାବଳୀ ପୂର୍ବରୁ କୋଟି କୋଟି କର୍ମଚାରୀଙ୍କୁ ବଡ଼ ଝଟ୍‌କା ଦେଲେ ସରକାର, ମିଳିବ ନାହିଁ ୧୮ ମାସର ଏରିୟର! ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୮।୧୦: ଏବେ ଉତ୍ସବ ଋତୁ ଚାଲିଛି, ଏହି ସମୟରେ ସରକାରୀ କର୍ମଚାରୀମାନେ ଧନୀ ହେବାରେ ଲାଗିଛନ୍ତି। ଡିଏରୁ ବୋନସ ପର୍ଯ୍ୟନ୍ତ ସବୁକିଛି ମିଳୁଛି ଏମାନଙ୍କୁ। କିନ୍ତୁ...

ଟିମ୍‌ ଇଣ୍ଡିଆର ଟେନ୍‌ସନ୍‌ ବଢିଲା: ରିଷଭ ପନ୍ତଙ୍କ ପରେ ଏହି ଖେଳାଳି ଆହତ

ବେଙ୍ଗାଲୁରୁ,୧୮।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ...

ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ମୁମ୍ବାଇ,୧୮।୧୦: ଶିବସେନା (ୟୁବିଟି)ର ବରିଷ୍ଠ ନେତାମାନେ ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏହାର ବିଧାୟକ ତଥା ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଭେଟିଛନ୍ତି।...

ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ପ୍ରଶ୍ନ ଉଠାଇଲେ ଜାତୀୟ ସୁରକ୍ଷା ବିଶେଷଜ୍ଞ

ନୂଆଦିଲ୍ଲୀ/ଓଟାଓ୍ବା,୧୮।୧୦: ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜ ଦୋଷ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ନିଜ୍ଜାର ହତ୍ୟା ମାମଲାରେ କାନାଡା ଭାରତକୁ ଆବଶ୍ୟକୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri