Advertisement

୩୫ ବର୍ଷ ଧରି ଅମିତାଭଙ୍କ ସାଙ୍ଗରେ ଥିବା ଶୀତଲ ଜୈନଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଏବେ ଅଛନ୍ତି ଦୁଃଖରେ। କାରଣ ଦୀର୍ଘ ୩୫ ବର୍ଷ ଧରି ତାଙ୍କ ପାଖରେ ଥିବା ଶୀତଲ ଜୈନଙ୍କର ଶନିବାର ପରଲୋକ ହୋଇଛି। କୁହାଯାଏ ଅମିତାଭଙ୍କ କ୍ୟାରିୟର ଆରମ୍ଭ ହେବା ଦିନରୁ ଶୀତଳ ତାଙ୍କର ସେକ୍ରେଟାରୀ ଭାବେ କାମ କରି ଆସୁଥିଲେ। ତାଙ୍କ ମୃତ୍ୟୁରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାରମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଶନିବାର ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel