Categories: ଜାତୀୟ

୩୫ ମିନିଟ୍‌ରେ ୬ ସନ୍ତାନ ଜନ୍ମ ଦେଲେ ମହିଳା

ଶୋପୁର,୨୯।୨: ମଧ୍ୟ ପ୍ରଦେଶ ଶୋପୁରର ଜିଲା ହସ୍ପିଟାଲରେ ଜଣେ ମହିଳା ଶନିବାର ସକାଳେ ମାତ୍ର ୩୫ ମିନିଟ୍‌ ମଧ୍ୟରେ ୬ ସନ୍ତାନ ଜନ୍ମ ଦେଇଥିବା ସୂଚନା ମିଳିଛି। ଏତେ କମ୍‌ ସମୟ ମଧ୍ୟରେ ୬ଟି ସନ୍ତାନ ପ୍ରସବ ହେବା ଘଟଣା ଉକ୍ତ ହସ୍ପିଟାଲରେ ପ୍ରଥମ ହୋଇଥିବା ବେଳେ ଏଥିରେ ଡାକ୍ତର ମଧ୍ୟ ଖୁବ୍‌ ପରିଶ୍ରମ କରିଥିବା କହିଛନ୍ତି।

ବଦୌଡା ନିବାସୀ ବିନୋଦ ମାଳିଙ୍କ ୨୩ ବର୍ଷୀୟା ପତ୍ନୀ ମୁର୍ତ୍ତିଙ୍କ ଏହା ପ୍ରଥମ ପ୍ରସବ। ତେବେ ପ୍ରସବ ପରେ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଙ୍କୁ ସିକ୍‌ ନ୍ୟୁ ବର୍ନସ୍‌ କେୟାର ୟୁନିଟ(ଏସ୍‌ଏନ୍‌ସିୟୁ)ରେ ରଖାଯାଇଛି।

Share