Categories: ଜାତୀୟ

୩୫ ଲକ୍ଷ ଶ୍ରମିକଙ୍କୁ ୧ହଜାର ଲେଖାଏଁ ସହାୟତା ଦେବେ ଯୋଗୀ ସରକାର

ଲକ୍ଷ୍ନୌ,୨୧।୩: କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଚଳେ। ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୮ ପହଞ୍ଚିଥିବା ବେଳେ ଉତ୍ତରପ୍ରଦେଶରେ ୨୩ ଛୁଇଁଥିବା ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଅଧିକାଂଶ ଅଞ୍ଚଳକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଅଧିକାଂଶ ଲୋକେ ରୋଜଗାର ହରାଇଛନ୍ତି। ଏହି ସମୟରେ ଶ୍ରମିକମାନଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରାୟ ୧୫ ଲକ୍ଷ ଶ୍ରମିକ ଓ ୨୦.୩୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି।

Share