୩୫ ୟୁନିଟ୍‌ ରକ୍ତ ସଂଗୃହୀତ

ସୋର,୨୪ା୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ କେଶରୀପୁରସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ଏକ ରକ୍ତ ଦାନ ଶିବିର ଚନ୍ଦନେଶ୍ୱର ଆଧ୍ୟାତ୍ମିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଯାଇଛି। ବାଲେଶ୍ୱର ରେଡ୍‌କ୍ରସ୍‌ ବ୍ଲଡ୍‌ ବ୍ୟାଙ୍କ ତତ୍ତ୍ୱାବଧାନରେ ୩୫ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ରକ୍ତଭଣ୍ଡାର ଅଧିକାରୀ ଡ. ମହେଶ ବିଶ୍ୱାଳ କେଶରୀପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ବେହେରା ପ୍ରମୁଖ ମିଳିତ ଭାବେ ଶିବିରକୁ ଉଦ୍‌ଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସୋର ବିଡିଓ ସୁଶାନ୍ତ କୁମାର ବାରିକ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଟେକ୍ନିସିଆନ୍‌ ଅକ୍ଷୟ କୁମାର ଜେନା, ସୟେଦ୍‌ ଦିଲଦାର, ଓ ବିଜୟ କୁମାର ବଳ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।