୩୬୫ ପରିବାରକୁ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ସମ୍ବଲପୁର, ୬।୪ (ବ୍ୟୁରୋ)- ବିଶ୍ୱବ୍ୟାପି କରୋନା ଭୂତାଣୁର ବିଭିଷିକାରେ ଭାରତ ମଧ୍ୟ କବଳିତ ହୋଇଛି । ଏହାର ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍‌ ଡାଉନକୁ ସମସ୍ତେ ମାନି ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଲପଙ୍ଗାଠାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲୁଧାପାଲି ଓ ପଣ୍ଡୁଲୋଇ କଲୋନୀର ୩୬୫ ପରିବାରର ସଦସ୍ୟଙ୍କୁ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଖାଦ୍ୟ ସାମଗ୍ରୀ ଓ ମାସ୍କ ବଣ୍ଟନ କରିଥିଲେ । ହିଣ୍ଡାଲକୋ ସିଏସଆର ମୁଖ୍ୟ ଏ. ସତ୍ୟନାରାୟଣ, ନବୀନ ପ୍ରଧାନ, ତିରୋଜ ହେଡେଞ୍ଜା, ପଙ୍କଜିନୀ ପ୍ରଧାନ, ପାରିପାର୍ଶ୍ୱିକ ଉନ୍ନୟନ ବିଭାଗର ଶ୍ୱେତା ଉପାଧ୍ୟାୟ, ମନୋରଞ୍ଜନ ବେହେରା ଉପସ୍ଥିତ ଥିଲେ ।

Share